ବିଶ୍ୱ ଜଳାତଙ୍କ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପ୍ରାଣୀ ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଜଳାତଙ୍କ ଦିବସ ଉପଲକ୍ଷେ ଏକ ସଚେତନତା ଓ ପ୍ରତିଷେଧକଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଗିରିଶ କୁମାର ମାହାନ୍ତି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସ୍ଥାନୀୟ ପ୍ରାଣୀ ପ୍ରେମୀ ମାନେ ସେମାନଙ୍କର ପାଳିତ କୁକୁରକୁ ଆଣି ଥିଲେ । ସେମାନଙ୍କୁ ଆଜିର ଜଳାତଙ୍କ ରୋଗର ସମ୍ପର୍କରେ ସଚେତନତା କରିବା ସଙ୍ଗେ ସଙ୍ଗେ ସେମାନଙ୍କ ର ପାଳିତ କୁକୁର ମାନଙ୍କୁ ଜଳାତଙ୍କ ବିରୋଧରେ ପ୍ରତିଷେଧକ ଟୀକା ଦିଆ ଯାଇଥିଲା । ସେପ୍ଟେମ୍ବର ୨୮ ତାରିଖକୁ ପ୍ରସିଦ୍ଧ ଫ୍ରାନ୍ସ ବୈଜ୍ଞାନିକ ଲୁଈ ପାଶ୍ଚଚର ଯିଏକି ଜଣେ ବୈଜ୍ଞାନିକ ସେ ପ୍ରଥମ କରି ଜଳାତଙ୍କ ରୋଗ ପ୍ରତିଷେଧକ ଟୀକା ବାହାର କରି ଥିଲେ। ତାଙ୍କ ଜନ୍ମ ଦିବସକୁ ଆଜି ସାରା ବିଶ୍ୱ ଜଳାତଙ୍କ ଦିବସ ରୂପେ ପାଳନ କରାଯାଉଛି।ଜଳା ତଙ୍କ ରୋଗ ଭୟାବୟତା ବିଷୟରେ ଲୋକଙ୍କୁ ସଚେତନତା କରାଯାଉଛି। ନିଜ ପରିବେଶକୁ ସୁରକ୍ଷିତ ରଖିବା ସହିତ ମାନବ ସମାଜ ଜଳାତଙ୍କ ରୋଗରୁ ମୁକ୍ତ ହେବା ପାଇଁ ଆଜିର ଦିବସର ଆହ୍ୱାନ। ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ରମାକାନ୍ତ ରାଣା,ଉପ ନିର୍ଦ୍ଦେଶକ ଡକ୍ଟର ବିଦ୍ୟୁତ ଶେଖର ମିଶ୍ର, ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଅଭିଜିତ ମିଶ୍ର, ମୃତ୍ୟୁଞ୍ଜୟ ଦାସ ସେକ୍ସସନ ଅଫିସର,ଗୌର ହରି ବେହେରା ଭେଟନେରୀ ଟେକ୍ନିସିୟାନ, ସଙ୍କର ରାଓ,ଜଗନ୍ନାଥ ରଥ ଉପସ୍ଥିତ ଥିଲେ।ସନ୍ତୋଷ କୁମାର ମାଝୀ, ବେଣୁଧର କର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ