“ସାମାଜିକ ଗଣମାଧ୍ୟମ ଯୁଗରେ ମଞ୍ଚ ନାଟକ ର ସ୍ଥିତି ” ଆଲୋଚନାଚକ୍ର ଆୟୋଜିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି କରଣସାହିସ୍ଥିତ ବିଜୟ କ୍ଲବ୍ ପରିସର ରେ ଓଡ଼ିଶା ନାଟ୍ୟ ସଂଘର ବାର୍ଷିକ ଦିବସ ଉପଲକ୍ଷେ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଏକ ନାଟ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି, ସାଂପ୍ରତିକ ସାମାଜିକ ଗଣମାଧ୍ୟମ ଯୁଗ ବା ଡିଜିଟାଲ ଯୁଗରେ ମଂଚ ନାଟକ ର ସ୍ଥିତି ବିଷୟ କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଟ୍ୟ ସଂଘ ର ଗଜପତି ଜିଲ୍ଲା ସଂଯୋଜକ ମନୋଜ ପାଢ଼ୀ (ମୁନା) ସଭାପତିତ୍ବ କରିଥିଲାବେଳେ ମୂଖ୍ୟ ଆଲୋଚକ ଭାବେ ପ୍ରାଧ୍ୟାପକ ତଥା ମଂଚ କଳାକାର ଅଶୋକ ମିଶ୍ର ଥିବା ବେଳେ ଅନ୍ୟତମ ଅତିଥି ଭାବେ କ୍ରିଏଟିଭ ଆର୍ଟସ୍ ସଭାପତି ନୃସିଂହ ଚରଣ ପଟନାୟକ, ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର, ଯୁବ ମଂଚ କଳାକାର ଆଦର୍ଶ ଦାସ ମଂଚ ରେ ଉପସ୍ଥିତ ରହି ଆଲୋଚନା ବିଷୟବସ୍ତୁ ଉପରେ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ, ବିଶେଷ କରି ଡିଜିଟାଲ ଯୁଗକୁ ତାଳ ଦେଇ ନାଟକ ର ରୂପାନ୍ତରିତ ହୋଇ ଭିନ୍ନ ସ୍ଵାଦ ରେ ବିଭିନ୍ନ ପ୍ରକାରର ପରିବେଷଣ ହୋଇପାରିଛି କିନ୍ତୁ ଯୁବ ଦର୍ଶକ ଙ୍କୁ ଆକୃଷ୍ଟ କିପରି ହୋଇପାରିବ, ଡିଜିଟାଲ ର ଦୁନିଆ ରେ ନାଟକ ଅଧିକ କିପରି ପ୍ରବେଶ କରିପାରିବ, ପାରଳାଖେମୁଣ୍ଡି ରେ ନାଟକ ର ଅଭାବ ନାହିଁ କି କଳାକାର ଙ୍କ ଅଭାବ ନାହିଁ କି ଦର୍ଶକ ଙ୍କ ଅଭାବ ନାହିଁ, କିନ୍ତୁ ପୃଷ୍ଟପୋଷକତାର ଅଭାବ ସୃଷ୍ଟି ହୋଇଛି। ଯେଉଁଥି ପାଇଁ କ୍ରମାଗତ ଭାବରେ ନାଟକ ପରିବେଷଣ ହେବା ରେ ସମସ୍ୟା ଉପୁଜିଛି। ଏହିପରି ଭାବରେ ନାଟକ କ୍ଷେତ୍ର ର ସଫଳତା ଓ ସମସ୍ୟା କୁ ନେଇ ମଂଚ ରେ ଥିବା ଅତିଥି ଓ ଉପସ୍ଥିତ ଥିବା ନାଟ୍ୟପ୍ରେମି ମଧ୍ୟରେ ଏକ ଦୀର୍ଘ ସମୟ ନାଟ୍ୟ ଚର୍ଚ୍ଚା ହେଇଥିଲା ପରେ ଶିଶୁ କଳାକାର ମାନେ ନିଜର ଅଭିନୟ ପ୍ରଦର୍ଶନ କରିବା ସହ ପୁରସ୍କାର ବିତରଣ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ