ସୂଚନା ଫଳକ ମାଧ୍ୟମରେ ମନ୍ଦିର, ଚର୍ଚ୍ଚ ଓ ମସଜିଦ୍ ଗୁଡିକରେ ବାଲ୍ୟ ବିବହ କୁ ବିରୋଧ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାପ୍ରଶାସନ ତରଫରୁ ବାଲ୍ୟ ବିବାହ କୁ ବନ୍ଦ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଙ୍କ ଦ୍ଵାରା ପାରଳାଖେମୁଣ୍ଡି ପୌରପରିଷଦ ଠାରେ ଥିବା ଭେଙ୍କଟସ୍ଵର ମନ୍ଦିର, ଜାମିଆ ମସଜିଦ୍, ଓ ବାପ୍ ଟିଷ୍ଠ ଚର୍ଚ୍ଚ ଠାରେ ପ୍ରସ୍ତୁତ ହୋଇଥିବା ସୁଚନା ଫଳକ କୁ ଉଦଘାଟନ କରିଥିଲେ। ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମ ରେ ସୁଚାଇ ଥିଲେ ଯେ ପୌରପରିଷଦ ଠାରେ ଚିହ୍ନଟ ହୋଇଥିବା ବିବାହ ସମ୍ପନ୍ନ କରୁଥିବା ୮ ଟି ମନ୍ଦିର, ୫ ଟି ଚର୍ଚ୍ଚ ଓ ୩ ଟି ମସଜିଦ୍ ରେ ପ୍ରାରମ୍ଭିକ ପର୍ଯ୍ୟାୟରେ ସୁଚନା ଫଳକ ପ୍ରସ୍ତୁତ କରାଯିବ ତତ୍ ସହିତ ଜିଲ୍ଲା ରେ ବିବାହ ସମ୍ପନ୍ନ କରୁଥିବା ସମସ୍ତ ମନ୍ଦିର, ମସଜିଦ୍ ଓ ଚର୍ଚ୍ଚ ଗୁଡିକ ରେ ସୁଚନା ଫଳକ ମାଧ୍ୟମରେ ବାଲ୍ୟ ବିବହ କୁ ବିରୋଧ କରିବା ସହ ରୋକାଯିବ। ଜିଲ୍ଲା କୁ ୨୦୨୨ ଶେଷ ସୁଦ୍ଧା ବାଲ୍ଯ ବିବହ ମୁକ୍ତ କରିବା ନିମନ୍ତେ ଏହି ଅଭିନବ ପ୍ରୟାସ ସହାୟକ ହେବ ବୋଲି ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀଯୁକ୍ତ ଫାଲଗୁନି ମାଝୀ ପ୍ରକଳ୍ପ ପ୍ରକାଶକ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଶ୍ରୀମତୀ ନିର୍ମଳା ସେଠୀ, ପୌରପରିଷଦ ର ଅଧ୍ୟକ୍ଷା, ଶ୍ରୀଯୁକ୍ତ ଜୁବୁଲି ବେହେରା, ପୌରପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ, ସୁଶ୍ରୀ ଅର୍ଚନା ମଙ୍ଗରାଜ, ଜିଲ୍ଲା ସଂସ୍କୃତି ଅଧିକାରିଣୀ, ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ୟୁନିସେଫ ର କର୍ମକର୍ତ୍ତା ଶ୍ରୀମତୀ ନେହା ନାଇଡୁ, UNFPA ର କର୍ମକର୍ତ୍ତା, ସୁଶ୍ରୀ ନିକିତା ସିଶୋଦିଆ , ଶ୍ରୀଯୁକ୍ତ ବାଞ୍ଛାନିଧି ଦୁର୍ଗା, ଏକସନ ଏଡ, ଶ୍ରୀ ବିକାଶ କୁମାର ମେହେର ଜିଲ୍ଲା ସଂଯୋଜକ ଏକସନ ଏଡ, ମନ୍ଦିର କମିଟି, ମସଜିଦ୍ କମିଟି ଓ ଚର୍ଚ୍ଚ କମିଟିର କର୍ମକର୍ତ୍ତା , ପାରଳାଖେମୁଣ୍ଡି ପୌରପାଳିକା ର ସମସ୍ତ କର୍ମକର୍ତ୍ତା,ଏକସନ ଏଡ ର ସମସ୍ତ କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ