କରଞ୍ଜରା ଗ୍ରାମରେ ମନ୍ତ୍ରୀଙ୍କ ଦ୍ଵାରା ବିଜୁ ଆଶ୍ରୟ ସ୍ଥଳୀ ଉଦଘାଟିତ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଳକ ଅନ୍ତର୍ଗତ କରଞ୍ଜରା ଗ୍ରାମରେ ଅକ୍ଟୋବର ୧ ତାରିଖ ଦିନ ନୂତନ ଭାବେ ନିର୍ମାଣ ହୋଇଥିବା ବିଜୁ ଆଶ୍ରୟ ସ୍ଥଳୀ ଉଦଘାଟିତ ହୋଇ ଯାଇଛି। ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କରଞ୍ଜରା ଗ୍ରାମର ନିର୍ମାଣ ହୋଇଥିବା ବିଜୁ ଆଶ୍ରୟ ସ୍ଥଳୀକୁ ଉଦଘାଟନ କରିଥିଲେ। ଏହି ଅବସରରେ ଗ୍ରାମରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ଶ୍ରୀ ସାହୁ ବୈଠକରେ ଯୋଗଦେଇ ଲୋକଙ୍କ ଅଭାବ ଅସୁବିଧା ବିଷୟରେ ଆଲୋଚନା କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ପୋଲସରା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ ଓ ଝୁନୁ ଦାସ, ସ୍ଥାନୀୟ ଲୋକପ୍ରତିନିଧି ଏବଂ ଜନସାଧାରଣ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ