ଶିବାନନ୍ଦ ଆଶ୍ରମରେ ଶାରଦୀୟ ନବରାତ୍ର ଓ କୁମାରୀ ପୂଜନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗରାପୁରସ୍ଥିତ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ଶାରଦୀୟ ନବରାତ୍ର ଓ କୁମାରୀ ପୂଜନର ସମାପନ ଉତ୍ସବ ଦଶହରା ଅବସରରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱଶାନ୍ତି ଏବଂ ବିଶ୍ୱରୁ ଦୁଷ୍ଟନାଶନ ପାଇଁ ଶ୍ରୀମା’ଙ୍କର ନବ ଦିନାତ୍ମକ ନବଦୂର୍ଗା ପୂଜା ପ୍ରତିବର୍ଷ ଭଳି ଚଳିତବର୍ଷ ନଅ ଜଣ କୁମାରୀ କନ୍ୟାଙ୍କୁ ନେଇ ନବଦୂର୍ଗା ରୂପେ ପୂଜା କରାଯାଇଥିଲା । ଆଶ୍ରମର ପ୍ରତିଷ୍ଠାତ୍ରୀ ଶ୍ରୀମା’ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ବିଧି ଅନୁଯାୟୀ ନବଦୂର୍ଗା କୁମାରୀ ପୂଜନ କରିଥିଲେ । ଆଶ୍ରମର ଭକ୍ତମାନଙ୍କ ଦ୍ୱାରା ବିଶେଷ କରି ଗାୟତ୍ରୀ ସ୍ୱାଇଁ, ମଧୁସ୍ମିତା ସ୍ୱାଇଁ, ଶିବାନୀ, ଆଶ୍ରମର ବ୍ରହ୍ମଚାରୀ ନୃସିଂହ, ସଞ୍ଜୟ ମଥାନ, ପ୍ରଦୀପ ନାୟକ, ଗଣେଶ ଦାସ, ମନୋରଞ୍ଜନ ମହାନ୍ତି, ଆଳିଜଙ୍ଗାର ଶିବାନନ୍ଦ ମାତୃ ସତସଙ୍ଗର ଭକ୍ତମାନେ ଏଥିରେ ସହଯୋଗ କରିଥିଲେ । ସ୍ୱାମୀ ରାମ ସରଣାନନ୍ଦ ସରସ୍ୱତୀ କୁମାରୀମାନଙ୍କୁ ମିଠା ଓ ଦକ୍ଷିଣା ଅର୍ପଣ କରିଥିଲେ । ପ୍ରଶାନ୍ତ ସ୍ୱାଇଁ ଏବଂ ଆଳିଜଙ୍ଗା ସତସଙ୍ଗ ମଣ୍ଡଳୀର ଭକ୍ତ ଲୋଚନ ଲେଙ୍କା ଏହି କାର୍ଯ୍ୟକ୍ରମ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିଥିଲେ । ସର୍ବ ଶେଷରେ ଶ୍ରୀମା’ ଦିବ୍ୟ ସ୍ୱରୂପାନନ୍ଦ ବିଶ୍ୱର ମଙ୍ଗଳ ପାଇଁ ଦେବୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ