କେନ୍ଦ୍ରାପଡା ଉର୍ଦ୍ଧୁ ପାଠାଗାରରେ ଗାନ୍ଧୀ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଉର୍ଦ୍ଧୁ ପାଠାଗାରରେ ମହାତ୍ମା ଗାନ୍ଧୀଙ୍କ ୧୫୩ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପାଠାଗାର ପରିସରରେ କମିଟି ସଭାପତି ହାଜି ସୟଦ ଅକମଲ ଅଲ୍ଲିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନଗରପାଳ ସରିତା ସାହୁ, ସମ୍ମାନିତ ଅତିଥି ଭାବେ ଉପନଗରପାଳ ଆକବରି ଖାତୁନ, ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ମହମ୍ମଦ ସେକ ଇନାୟତ(ଚନ୍ଦନ), କାଉନସିଲର ସେକ ଅସଲମ ପ୍ରମୁଖ ଯୋଗଦେଇ ପାଠାଗାର ପକ୍ଷରୁ ଅନୁଷ୍ଠିତ କୁଇଜ ଏବଂ ବକ୍ତୃତା ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବୀତରଣ କରିଥିଲେ । କମିଟି ସମ୍ପାଦକ ମହମ୍ମଦ ଅଜଗର ଅଲ୍ଲି, ମହମ୍ମଦ ଫାୟାଜୁଦ୍ଦିନ, ସେକ ନସିରୁଦ୍ଦିନ, ରିଜ୍ୱାୱାନ, ବରକାତୁଲ୍ଲା, ଆକ୍ରମ ଖାଁ, ଗୟାସୁଦ୍ଦିନ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ