ଷଣ୍ଢ ନଷ୍ଟକଲେ ଚାଷ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଯାଜପୁର ଜିଲ୍ଲାର ଶତାଧିକ ଷଣ୍ଢଙ୍କୁ ଟ୍ରକରେ ଆଣି ମଥୁରାପୁର ପୋଲ ମୁଣ୍ଡରେ ଛାଡି ଦେଇ ଯିବାରୁ ହାଟଡିହି ବ୍ଲକର ଡିମିରିଆ, ହାବଳେଶ୍ୱର, ଶାଳବଣି, ଜମ୍ଭରା ଗ୍ରାମର ଶହଶହ ହେକ୍ଟର ଚାଷଜମିକୁ ଏହି ଷଣ୍ଢମାନେ ନଷ୍ଟ ଭ୍ରଷ୍ଟ କରିଦେଉଛନ୍ତି । ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି । ଏପରିକି ଦେଢ଼ ମାସ ହେଲା ଷଣ୍ଢଙ୍କ ଉତ୍ପାତ ଯୋଗୁଁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିବାପରେ ଏବେ ସବୁ ଗାଁର ଲୋକମାନେ ପାଳିକରି ଜଗି ବସିଛନ୍ତି । ଖବରରୁ ଜଣାଯାିଛି ଯେ ଗତ ଦେଢ଼ ମାସପୁର୍ବେ ଯାଜପୁର ଜିଲ୍ଲାର କିଛି ଲୋକ ଶତାଧିକ ଷଣ୍ଢଙ୍କୁ ଟ୍ରକରେ ଆଣି ପୋଲ ମୁଣ୍ଡରେ ଛାଡି ଦେଲେ । ଷଣ୍ଢ ମାନେ ନିକଟସ୍ଥ ଡିମିରିଆ, ହାବଳେଶ୍ୱର, ଶାଳବଣି, ଜମ୍ଭରା, ବାଲିପଦା ଆଦି ଗ୍ରାମରେ ପସି ହେକ୍ଟର ହେକ୍ଟର ଧାନ ଫସଲକୁ ଖାଇ ଦେଲେ । ଏପରିକି ଯେତେ ପ୍ରକାର ଘଉଡାଇଲେବି ସେମାନେ ଆଉ ଏହିସବୁ ଗାଁ ଛାଡି ଗଲେନି । ଫଳରେ ଗାଁ ଲୋକମାନେ ଏବେ ଏକଜୁଟ ହୋଇ ଷଣ୍ଢ ମାନଙ୍କୁ ପୋଲ ଉପରେ ବନ୍ଦିକରି ରଖି ସେମାନଙ୍କୁ ଖାଇବା ପିଇବା ଦେଇ ପାଳିକରି ଜଗି ବସୁଛନ୍ତି । ତୁରନ୍ତ ଏନେଇ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପୁର୍ବତନ ସରପଞ୍ଚ କୃପାସିନ୍ଧୁ ମଲ୍ଲିକ, ଗୋବିନ୍ଦ ବାରିକ, ଉଦ୍ଧବ ବସନ୍ତିଆ ପ୍ରମୁଖ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ