ବଡରମ୍ପାସରେ ରାବଣପୋଡି ଉତ୍ସବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡରମ୍ପାସ ଠାରେ ରାବଣପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାବଣପୋଡି କମିଟିର ସଭାପତି ନାରାୟଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଜେନା, ସମିତିସଭ୍ୟ ବାବନ ସେଠୀ, ଯୁବ ବିଜେଡି ବ୍ଲକ ଉପସଭାପତି ବଳରାମ ସାହୁ, ବଡରମ୍ପାସ ସେବା ସମବାୟ ସମିତି ସଭାପତି ନିରଞ୍ଜନ ସାହୁ, ସମାଜସେବୀ ଗୋଲେଖ ନାୟକ, ସୁଶାନ୍ତ ସେନାପତି ଓ ଚଳଚିତ୍ର ଅଭିନେତ୍ରୀ ଏଲିନା ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ରାବଣପୋଡି ହେଉଛି ଅସତ୍ୟ ଉପରେ ଧର୍ମର ଜୟ, ଏଣୁ ଲୋକମାନେ ମନ ଭିତରେ ଥିବା ଗର୍ବ, ହିଂସା, କ୍ରୋଧକୁ ଦୁରେଇ ସତ୍ୟ ପ୍ରତିଷ୍ଠା ପାଇଁ ଆଗେଇ ଆସନ୍ତୁ ବୋଲି ମତ ରଖିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରାବଣପୋଡି ଉତ୍ସବ ଦେଖିବାକୁ ପ୍ରବଳ ବର୍ଷା ସତ୍ତ୍ୱେ ଦଶ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବାବେଳେ ନନ୍ଦିପଦା ପୋଲିସ ପକ୍ଷରୁ ଶାନ୍ତଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । ପାର୍ଥ ସୌରଭ ସା, ଶ୍ରୀଧର ସାହୁ, ପ୍ରଶାନ୍ତ ପାତ୍ର, ରଙ୍ଗାଧର ଦାସ, ଦେବେନ୍ଦ୍ର ଜେନା, ବିଶେଶ୍ୱର ସୁତାର, ମହେଶ୍ୱର ସୁତାର, ନାରାୟଣ ସାହୁ, ସନ୍ତୋଷ ଜେନା, ଆବିନ୍ଦ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ