ହାଟଡିହିରେ ଲାଖବିନ୍ଧା ଓ ରାବଣପୋଡି

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ତହସିଲ ପଡିଆରେ ଲାଖବିନ୍ଧା ଓ ରାବଣପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସମ୍ମାନୀତ ଅତିଥିଭାବେ ହାଟଡିହି ପଞ୍ଚାୟତ ସମିତିର ଅଧ୍ୟକ୍ଷେ ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ମନୋଜ ପାତ୍ର, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା, ଶିକ୍ଷାବିତ ଚୁଡାମଣି ଘଡେଇ ପ୍ରମୁଖ ଯୋଗଦେଇ ରାବଣପୋଡି ଉତ୍ସବର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଲାଖବିନ୍ଧା ପ୍ରତିଯୋଗୀତାରେ ସଫଳତା ଅର୍ଜନ କରିଥିବା ପ୍ରତିଯୋଗୀ ପ୍ରହଲାଦ ଜେନାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଧାୟକ ଶ୍ରୀଯୁକ୍ତ ସେଠୀ ରାବଣ ଦେହରେ ଅଗ୍ନି ସଂଯୋଗ କରିଥିଲେ । ଉପଦେ୍ଦଷ୍ଟା ମଣ୍ଡଳୀ ସଦସ୍ୟ ଚିତ୍ତରଂଜନ ପାତ୍ର, ନିତ୍ୟାନନ୍ଦ ପହି, ଚିନ୍ମୟ ନାୟକ, ସଦାଶିବ ଚକ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରାବଣପୋଡି ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ