ବୋଲେରୋ ଓଲଟି ୫ ଆହତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଛେନାପଦି ହଦଗଡ ରାସ୍ତାର ଠୁଣିଗାଁ ନିକଟରେ ଏକ ବୋଲେରୋ ଓଲଟି ପଡିବାରୁ ୫ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି । ସୁଚଜନାରୁ ଜଣାଯାଇଛି ଭଦ୍ରକ ଜିଲ୍ଲା ଷେଣ୍ଢତୀରା ଅଞ୍ଚଳର ୫ଜଣ ଯୁବକ ଏକ ;ବୋଲେରୋ ନେଇ ଭୋଜି କରିବାକୁ ହଦଗଡ ଯାିଥିଲେ । ସେଠାରୁ ଫେରିବା ବାଟରେ ଠୁଣିଗାଁ ନିକଟରେ ଭାରସାମ୍ୟ ହରାଇ ବୋଲେରୋଟି ଦୁର୍ଘଟଣାଗ୍ରସ୍ଥ ହୋଇ ଜଣେ ବ୍ୟକ୍ତିଙ୍କ ବାଡି ଭିତରକୁ ପସିଯାଇ ଓଲଟି ପଡିଥିଲା । ଖବରପାଇ ହାଟଡିହି ଦମକଳ ବାହିନୀର କର୍ମଚାରୀମାନେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଭର୍ତ୍ତ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ