ଶୁଭଲକ୍ଷ୍ମୀଙ୍କୁ ଡ୍ୟାନ୍ସ କୁଇନ ଟାଇଟଲ୍
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ଠାରେ ବିଜୟା ଦଶମୀ ଉପଲକ୍ଷେ ବୁଧବାର ସଂଧ୍ୟାରେ ସ୍ଥାନୀୟ ଅଂଚଳର କୁନିକୁନି ପ୍ରତିଭାଙ୍କୁ ନେଇ ନୃତ୍ୟ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା । ପୂଜା କମିଟିର ଯୁବ ସଭ୍ୟ ଶୈଳେନ୍ଦ୍ର ନାରାୟଣ ନାୟକ, ପୂଣ୍ୟଶୋଳ୍କ ବେହୁରିଆ, ସତ୍ୟ ନାରାୟଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ୭୦ ଜଣ ପ୍ରତିଯୋଗୀଙ୍କ ନୃତ୍ୟକୁ ଶହଶହ ଦର୍ଶକ ଅର୍ଦ୍ଧରାତ୍ର ପର୍ଯ୍ୟନ୍ତ ଉପଭୋଗ କରିଥିଲେ । ସିନିୟର ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଶୁଭଲକ୍ଷ୍ମୀ ଦାସଙ୍କୁ ଡ୍ୟାନ୍ସ କୁଇନ ୨୦୨୨ ଆୱାଡ ପ୍ରଦାନ କରାଯାଇଥିଲା । ସେହିପରି ଜୁନିୟରରେ ଶୁଭଲକ୍ଷ୍ମୀ ପଣ୍ଡାଙ୍କୁ ଲିଟିଲ କୁଇନ ଆୱାଡ ପ୍ରଦାନ କରାଯାଇଥିଲା । ସିନିୟରରେ ଦ୍ବିତୀୟ ସ୍ଥାନ ହାସଲ କରିଥିବା ଦେବସ୍ମିତା ମାଝୀ ଓ ତୃତୀୟ ସ୍ଥାନ ହାସଲ କରିଥିବା ସୁରେଖା ବାରିକ, ଜୁନିୟରରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଆୟୋଷୀ ନାୟକ, ତୃତୀୟ ସ୍ଥାନ ଅଧିକାର କରିଥିବା ଶ୍ବେତପ୍ରିତା ନାୟକଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ଦୀପ୍ତି ରଞ୍ଜନ ନାୟକ, ଶିକ୍ଷାବିତ ମିହିର କୁମାର ନାୟକ, ନୃତ୍ୟ ଶିକ୍ଷୟିତ୍ରୀ ଅନନ୍ୟା ପାଢୀ, ଶିକ୍ଷକ ପ୍ରଦୀପ ନାୟକ, ଡି.କେ. ଜେନା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ।


