ଵହଳଦା ବନ୍ୟାଞ୍ଚଳ ଆନୁକୁଲ୍ୟରେ କୁଦରସାହି ଠାରେ ୬୮’ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଯଶିପୁର ଗ୍ରାମ ପଞ୍ଚାୟତ କୁଦରସାହି ଗ୍ରାମ ସ୍ଥିତ ବନ ସୂରକ୍ଷା ସମିତି ଭବନ ଠାରେ ବହଳଦା ବନାଞ୍ଚଳ ପକ୍ଷରୁ ୬୮’ ତମ ବନ୍ୟପ୍ରାଣୀ ସପ୍ତାହ ଦିବସ ପାଳନ ହୋଇ ଯାଇଛି।କୁଦରସାହି ବନସୂରକ୍ଷା ସମିତି ସଦସ୍ୟ ତଥା ସ୍ବୟଂ ସହାୟିକା ଗୋଷ୍ଠି ସଦସ୍ୟ ଏବଂ ଗ୍ରାମବାସୀ’ଙ୍କ ଉପସ୍ଥିତିରେ ପାଳିତ ହୋଇ ଯାଇଥିବା ଏହି ବନ୍ୟପ୍ରାଣୀ ସପ୍ତାହ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରାମଦାସ ମୁର୍ମୁ ଓ ବହଳଦା ବନାଞ୍ଚଳ ଅଧିକାରୀଣି ରେଞ୍ଜର ଶ୍ରୀମତୀ ସୁମତୀ ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ଦେଓଲା ସୋରେନ୍, ଓ୍ବାର୍ଡ ମେମ୍ବର ମାହ୍ଲୋ ହେମ୍ବ୍ରମ, ସାମ୍ବାଦିକ ବସନ୍ତ ସାଣ୍ଡିଲ, ଝରାଡିହି ସେକ୍ସନ ଫରେଷ୍ଟର ମହାବୀର ସିଂ ମୁର୍ମୁ, ବନରକ୍ଷୀ ହେମନ୍ତ କୁମାର ହେମ୍ବ୍ରମ ଏବଂ କୁଦରସାହି ବନସୂରକ୍ଷା ସମିତି କୋଷାଧ୍ୟକ୍ଷ ରାଜମାଲ ମାର୍ଣ୍ଡି, ପାରାଷ୍ଟାଫ୍ ବୃହଷ୍ପତି ପଲେଇ ଏବଂ ଏନିମେଟର ଭାଦୋ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ଅତିଥି ଏବଂ ବନ ଅଧିକାରୀ ମାନେ ବନ୍ୟଜନ୍ତୁ’ଙ୍କ ସୂରକ୍ଷା, ବୃକ୍ଷରୋପଣ ଏବଂ ଜଙ୍ଗଲ ସୂରକ୍ଷା ବିଷୟରେ ବକ୍ତବ୍ୟ ମାଧ୍ୟମରେ ଉପସ୍ଥିତ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ। ମୁଖ୍ୟ ଅତିଥି ସାମ୍ବାଦିକ ରାମଦାସ ମୁର୍ମୁ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟରେ ପାରମ୍ପାରିକ ଭାବେ ପାଳନ କରାଯାଉଥିବା ଶିକାର ପର୍ବରେ ବଣ ଜଙ୍ଗଲ କୁ ଯାଇ ବନ୍ୟଜନ୍ତୁ’ଙ୍କ ଶିକାର କରିବା ପରିବର୍ତ୍ତେ କେବଳ ଗ୍ରାମ ମଧ୍ୟରେ ଶିକାର ପର୍ବ ପାଳନ କରାଯାଇ ପରମ୍ପରା କୁ ବଜାୟ ରଖିବାକୁ ଆହ୍ବାନ ଦେଇଥିଲେ ଏବଂ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା, ଶୁଖିଲା କାଠ, ଦାନ୍ତ କାଠି, ଫଳ, ଫୁଲ, ପତ୍ର ଆଦି ସଂଗ୍ରହ କରିବାକୁ ଜଙ୍ଗଲକୁ ଗଲାବେଳେ ବନଦେବତା’ଙ୍କୁ ପ୍ରଣାମ କରି ଜଙ୍ଗଲରେ ପ୍ରବେଶ କରିବା କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମ ମାଝୀବାବା’ଙ୍କ ସହିତ ବହୁ ଭଦ୍ର ବ୍ୟକ୍ତି ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ