କଣ ଗ୍ରାମରେ ଖନ୍ଦାମଡା ଉତ୍ସବ ଉଦଯାପିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଝରାଡିହି ନିକଟସ୍ଥ କଣ’ ଗ୍ରାମରେ ଖନ୍ଦାମଡା ବା ନିଆଁ ମଡା ଉତ୍ସବ ଉଦଯାପିତ ହୋଇ ଯାଇଛି।ଗ୍ରାମରେ ଥିବା ମାଆ ଦୂର୍ଗା’ଙ୍କ ମନ୍ଦିରରେ ଦଶହରା ପର୍ବ ଅବସରରେ ଦୀର୍ଘ ୧୬’ ଦିନ ପୂଜାପାଠ କରି ନବରାତ୍ରୀ ଏବଂ ଦଶହରା ପୂଜା କାର୍ଯ୍ୟ ସମ୍ପନ୍ନ ପରେ ବିଜୟା ଦଶମୀ ର ପରଦିନ ୧୭’ତମ ଦିବସରେ ଏହି ଖନ୍ଦା ମଡା ବା ନିଆଁରେ ଚାଲିବା ପର୍ବ ପାଳିତ ହୋଇଥାଏ। ଏହି ଖନ୍ଦା ମଡା ଉତ୍ସବ ଦେଖିବାକୁ ପଡଶୀ ଝାଡଖଣ୍ଡ ଅଞ୍ଚଳର ଲୋକଙ୍କ ସହିତ ସ୍ଥାନୀୟ ଅଞ୍ଚଳରୁ ବହୁ ଲୋକ’ଙ୍କ ସମାଗମ ହୋଇଥାଏ। ଏହି ଉତ୍ସବ ବହୁ ପୁରାତନ କାଳରୁ ଅନୁଷ୍ଠିତ ହୋଇ ଆସୁଛି। ନିଃସନ୍ତାନ ଦମ୍ପତ୍ତି, ରୋଗ ବ୍ୟାଧି ତଥା ବିଭିନ୍ନ ସମସ୍ୟା ରୁ ମୁକୁଳିବାକୁ ମାଆଙ୍କ ନିକଟରେ ବିଭିନ୍ନ ଲୋକେ ମାନସିକ ରଖିଥାନ୍ତି। ମାଆଙ୍କ ଉପରେ ପ୍ରଗାଢ ବିଶ୍ବାସ ଅନୁସାରେ ଲୋକଙ୍କ ମନସ୍କାମନା ପୂର୍ଣ୍ଣ ହେଉଥିବା ନେଇ ପ୍ରକାଶ କରିଥାନ୍ତି ସାଧାରଣ ଲୋକେ। ଏହି ମନ୍ଦିରରେ ମାଆ ଦୂର୍ଗା’ଙ୍କ କୌଣସି ପ୍ରତିମୂର୍ତ୍ତି ପୂଜା ପାଇ ନଥାଏ ଏଠାରେ ମନ୍ଦିରର କାନ୍ଥରେ ନାଲି ମାଟିର ରଙ୍ଗ ଉପରେ ଅରୁଆ ଚାଉଳ ଗୁଣ୍ଡରେ ଝଟି ଦ୍ବାରା ଅଙ୍କିତ ବୁଇଥ ଚିତ୍ରରେ ମାଆ ଦୂର୍ଗା ପୂଜା ପାଇଥାନ୍ତି। ତେବେ ପ୍ରତ୍ୟକ ବର୍ଷ ବିଧି ବିଧାନର ସହିତ ପୂଜାପାଠ ଏବଂ ନିତି କାର୍ଯ୍ୟ ସମ୍ପନ୍ନ ହେଉଥିବା ବେଳେ ମନ୍ଦିର ପୂଜକ (ଦେହୁରୀ)’ଙ୍କ ସହିତ ଭକ୍ତା ମାନେ ଖଣ୍ଡା ଧରି ନିକଟସ୍ଥ ନଦୀରୁ ଘଟ ଆଣିବା ବେଳେ ନିଆରା ଦୃଶ୍ୟ ଦେଖିବାକୁ ମିଳିଥାଏ। ପାରମ୍ପାରିକ ବାଦ୍ୟର ତାଳରେ ଭକ୍ତାମାନେ ମାଆ’ଙ୍କ କାଳିସି ପ୍ରଭାବରେ ନୃତ୍ୟ କରୁଥିବା ବେଳେ ଚାବୁକ ମାଡରେ ଶାନ୍ତ ହେବା, କଳି ଗଛର କଣ୍ଟା ଉପରେ ଗଡିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। ଶେଷରେ ଅପରାହ୍ନ ସମୟରେ ଭକ୍ତା ମାନେ ଅଙ୍ଗାର ଉପରେ ଚାଲି ପୂଜାବିଧି ସମ୍ପନ୍ନ କରିଥାନ୍ତି। ଦେହୁରୀ ଘସିରାମ ଦଳେଇ ଏବଂ ଗାୟକ କୁଲଦୀପ ମହାକୁଡ’ଙ୍କ ପୌରହିତ୍ୟରେ ସମସ୍ତ ପୂଜା କାର୍ଯ୍ୟ ରୀତିନିତୀ ଅନୁସାରେ ସମ୍ପନ୍ନ ହୋଇଥିବା ବେଳେ ଦାସୀ ବ୍ରହ୍ମାନନ୍ଦ ମହାକୁଡ, ମଧୁସୂଦନ ଦାସ,ସୁବଧ ବେହେରା, ସର୍ବେଶ୍ବର ଦାସ, ପ୍ରହରାଜ ପଲେଇ, ପରିକ୍ଷିତ ବାରିକ, ମଣ୍ଟୁ ଦାସ, ବଡବାବୁ ଦାସ ପ୍ରମୁଖ ପୂଜାବିଧିର ସହଯୋଗ ପ୍ରଦାନ କରିଥିଲେ। ଏହି ଖନ୍ଦାମଡା ଉତ୍ସବ ମାଆ ଦୂର୍ଗା ପୂଜା ସମିତି ର ସଭାପତି କିଶୋରି ମହାକୁଡ ଓ ସଂପାଦକ ରାଜାରାମ ବାରିକ ପ୍ରମୁଖ’ଙ୍କ ତତ୍ବାବଧାନରେ ପରିଚାଳନା ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ