ଲଗାଣ ବର୍ଷା ଯୋଗୁଁ ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ମୁଖ୍ୟ ରାସ୍ତାରେ ପାଣି ଜମି ରହିଥିବାର ଦେଖିବାକୁ ମିଳିଛି।ଚଳିତ ମାସ ବର୍ଷା ଲାଗି ରହିଥିବାରୁ ରାସ୍ତାର ଘାଟ ରୁ ଜଳ ନିଷ୍କାସିତ ନ ହୋଇ ଜମି ରହିଥିବାର ଦେଖିବାକୁ ମିଳିଛି।ଏହି ଅପରିଷ୍କାର ଜଳରେ ଲୋକ ଯାତାୟାତ କରୁଛନ୍ତି। ପାଣି ଜମିବା ଦ୍ବାରା ଦୁଇ ଚକିଆ ଚାରି ଚକିଆ ଯାନ ଗଲାବେଳେ ଯାତ୍ରୀ ଙ୍କ ଉପରକୁ ଛିଟୁକୁ ଥିବାର ଦେଖିବାକୁ ମିଳିଛି।ଉପ କାରାଗାର ରାସ୍ତା ପାଖରେ ଦୀର୍ଘ ଦିନ ହେଲା ପାଣି ଜମି ରହୁଛି। ଅପରିଷ୍କାର ପାଣି ରହିବା ଦ୍ବାରା ମଶା ମାଛି ଙ୍କର ବଂଶ ବୃଦ୍ଧି ସାଙ୍ଗକୁ ସଂକ୍ରମଣ ରୋଗ ହେବାର ସମ୍ଭାବନା ରହିଛି। ଅନ୍ୟ ପକ୍ଷରେ ସହରର ବିଭିନ୍ନ ରାସ୍ତା ଘାଟ ବର୍ଷାରେ ଶୋଚନୀୟ ହୋଇ ପଡ଼ିଥିବା ବେଳେ ସହରର ରାସ୍ତା ଘାଟର ଉନ୍ନତି କରଣ ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବା ଦେଖିବାକୁ ମିଳିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ରାସ୍ତା ପୁନରୁଦ୍ଧାର କରି ମରାମତି କଲେ ଜନ ସାଧାରଣ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ