ଶାଳଣିଆଁରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ହଜାର ହଜାର ଲୋକଙ୍କ ଜନସମାଗମ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳଣିଆଁ ଲକ୍ଷ୍ମୀବଜାର ପୂଜା କମିଟି ପକ୍ଷରୁ ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜା ମହାସମାରୋହରେ ଅନୁଷ୍ଠିତ ହେଉଛି । ଏଥିପାଇଁ ପୂଜା ମଣ୍ଡପକୁ ଆକର୍ଶଣୀୟ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ରବିବାର ରାତିରେ ଘଟ୍ଟନିମଜ୍ଜନ କରାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯିବାପରେ ପଣ୍ଡିତ ମାନଙ୍କ ଦ୍ୱାରା ବେଦମନ୍ତ୍ରରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ପୂଜା ୧୦ଦିନ ଧରି ଚାଲିବାକୁ ଥିବାବେଳେ ଗତକାଲି ଠାରୁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଛି । ଏଥିପାଇଁ ଅନେକ ଉଠାଦୋକାନୀ ସେମାନଙ୍କ ପସରା ମେଲେଇ ଦେଇଛନ୍ତି । ଶାଳଣିଆଁ ଲକ୍ଷ୍ମୀବଜାରରେ ପଣ୍ଡିତ ଅନନ୍ତ ଗୋପାଳ ପଣ୍ଡାଙ୍କ ଦ୍ୱାରା ପୁଜାର୍ଚ୍ଚନା ଚାଲିଥିବାବେଳେ ମାୟାଧର ରଣା, ମାନସ ବେହେରା, ପଙ୍କଜ ନାୟକ, ଅଙ୍ଗଦ ସାହୁ, ମହେଶ୍ୱର ସାହୁ, ଶରତ ବାରିକ, ସୁରେନ୍ଦ୍ର ବେହେରା ପ୍ରମୁଖ କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରୁଥିବାବେଳେ ଲକ୍ଷ୍ମୀପୂଜା କମିଟିର ସଭାପତି ଯୋଗେନ୍ଦ୍ର ବେହେରା, ସମ୍ପାଦକ ଅନାଥ ଚରଣ ନାୟକ, କୋଷାଧ୍ୟକ୍ଷ କାଳନ୍ଦୀ ଚରଣ ସାହୁ, ମକରଧ୍ୱଜ ପେଡା, ସୁରେନ୍ଦ୍ର ବେହେରା, ରମାକାନ୍ତ ଜେନା, ରବିନ୍ଦ୍ର ଜେନା, ସଂଗ୍ରାମ କେଶରୀ ଜେନା, ବୈଲୋଚନ ନାୟକ, କାହ୍ନୁ ଚରଣ ଜେନା, ପଞ୍ଚାନନ ଖଣ୍ଡେଇ, ବ୍ରହ୍ମାନନ୍ଦ ଜେନାଙ୍କ ସମେତ ପୂଜା କମିଟିର ସଦସ୍ୟମାନେ ପ୍ରମୁଖ ପୂଜା କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ