ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି ପଞ୍ଚାୟତର ତଡ଼ବାଡ଼ି ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ଏକ ବୁଦା ମୂଳରୁ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଥିବା ମୃତଦେହ କୁ ସାରଙ୍ଗଡ଼ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ହେଲେ ସାରଙ୍ଗଡ଼ ପଂଚାୟତର କୁଳପଦର ଗ୍ରାମର ଟଟେ ମଲିକଙ୍କ ବଡ଼ ପୁଅ ପ୍ରଦୀପ କୁମାର ମଲିକ। ସୂଚନା ପ୍ରକାରେ ସାରଙ୍ଗଡ଼ ଥାନା ଅଧୀନରେ ଥିବା ଗୁଞ୍ଜିବାଡ଼ି ପଂଚାୟତର ତଡ଼ବାଡ଼ି ଗ୍ରାମର ଏକ ଝିଅକୁ ମୃତ ଯୁବକ ଭଲ ପାଉଥିଲେ।କିନ୍ତୁ ଏ ପ୍ରେମ ସମ୍ପର୍କକୁ ବଡ଼ ଭାଇ ଅଭିଯୁକ୍ତ ଯତୀନ ପ୍ରଧାନ ବିରୋଧ କରିଥିଲେ। ପ୍ରେମିକାର ଭାଇ ଯତୀନ ପ୍ରଧାନ ଟାଙ୍ଗିଆ ସାହାଯ୍ୟରେରେ ଆକ୍ରମଣ କରି ହତ୍ୟା କରିବା ପରେ ଯତୀନ ପ୍ରଧାନ ସାରଙ୍ଗଡ଼ ଥାନାରେ ଆତ୍ମସମର୍ପଣ କରିଛି। ସାରଙ୍ଗଡ଼ ଥାନା ଅଧିକାରୀ ବଧୂଲିକା ବିଶ୍ୱାଳ ଜି.ଉଦୟଗିରି ଏସଡିପିଓ ଏବଂ ସାରଙ୍ଗଡ଼ ପୋଲିସ ଟିମ ଘଟଣା ସ୍ଥଳକୁ ଯାଇ ତଦନ୍ତ ଚଳାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ