କନ୍ୟା ସନ୍ତାନ ଜନ୍ମ ହେଲେ ପିତାଙ୍କର ବଢ଼େ ଆୟୁଷ

ହିନ୍ଦୁ ଧର୍ମରେ ଲୋକକଥା ରହିଛି ଯେ, ପରିବାରରେ କନ୍ୟା ସନ୍ତାନ ଜନ୍ମ ହେବା ଦ୍ୱାରା ପିତାମାତାଙ୍କ ଆୟୁଷ ବୃଦ୍ଧିପାଇଥାଏ । ମାତ୍ର ଏହି ଲୋକକଥାକୁ ସତ ବୋଲି ପ୍ରମାଣିତ କରିଛନ୍ତି କେତେକ ଗବେଷକ । କନ୍ୟା ସନ୍ତାନ ଜନ୍ମ ହେବା ଦ୍ୱାରା ପିତାଙ୍କ ବୟସ ୭୪ ସପ୍ତାହ ବଢ଼ିଯାଇଥାଏ । ଅର୍ଥାତ୍ ସମ୍ପୃକ୍ତ ପିତା ତାଙ୍କ ନିର୍ଦ୍ଧାରିତ ବୟସ ତୁଳନାରେ ଅଧିକ ୭୪ ସପ୍ତାହ ବଞ୍ଚିଥାନ୍ତି । ଏନେଇ ପୋଲାଣ୍ଡର ଜେଗିଲୋନିୟନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି । ମୋଟ ୪୩୧୦ ଲୋକଙ୍କ ଉପରେ ହୋଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ୨୧୪୭ ମାତା ଏବଂ ୨୧୬୩ ପିତା ଥିଲେ । ଅପରପକ୍ଷରେ ପୁତ୍ର ସନ୍ତାନ ଜନ୍ମହେଲେ ପିତାଙ୍କ ବୟସ କମିଯାଇଥାଏ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ