ବିଜେଡିର ଜନସଂପର୍କ ପଦଯାତ୍ରା

ଚିତ୍ରକୋଣ୍ଡା, (ଯୁଗାବ୍ଦ ନ୍ୟୁଜ):ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡ଼ା ପଞ୍ଚାୟତରେ ବିଜେଡିର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି।ଏହି ପଦଯାତ୍ରା ଗୁଣ୍ଠାୱାଡ଼ା ପଞ୍ଚାୟତର ବୁରୁଡ଼ିପୁଟ ଠାରୁ ଆରଏସି – ୧୫ ର ହାଟ ପଡିଆ ପର୍ଯ୍ୟନ୍ତ ହୋଇଥିଲା।ଏହି ପଦଯାତ୍ରାରେ ମାଲକାନଗିରି ଜିଲ୍ଲା ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ଵାକା,ମାଲକାନଗିରି ର ପୂର୍ବତନ ବିଧାୟକ ମାନସ ମାଡକାମି,ଜିଲ୍ଲା ସ୍ଵତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡାମା ରାବା,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଳୁ,ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ଵରୀ ଖିଲ,ଚିତ୍ରକୋଣ୍ଡା ବ୍ଲକ ଯୁବ ସଭାପତି ରାଜକମଲ ପୁରୋହିତ ଓ ଚିତ୍ରକୋଣ୍ଡା ବ୍ଲକ ର ସରପଞ୍ଚ,ସମିତିସଭ୍ୟ,ବହୁ ସଂଖ୍ୟାରେ ବିଜେଡି ନେତା, କର୍ମୀ ଓ ସାଧାରଣ ଲୋକ ଯୋଗଦେଇଥିଲେ।ଅକ୍ଟୋବର ୨ ଗାନ୍ଧିଜୟନ୍ତି ଠାରୁ ଏହି ପଦଯାତ୍ରା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରେ ସାରା ରାଜ୍ୟରେ ଆରମ୍ଭ ହୋଇଛି,ଏହି ପଦଯାତ୍ରା ଏକ ମାସ ଧରି ସାରା ରାଜ୍ୟରେ ଜାରିରହିବ।ଏହି ପଦଯାତ୍ରା ସମୟରେ ସରକାରଙ୍କ ଜନକଲ୍ୟାଣ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।ସେହିପରି ସରକାରଙ୍କ ସମସ୍ତ ଯୋଜନା ସୁଫଳ କିପରି ଲୋକମାନେ ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ବିଧାୟକ ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ