ନିକ୍ଙ୍କ ସହ ଗୀତ ଗାଇବାକୁ ପସନ୍ଦ କରନ୍ତି ନାହିଁ ପ୍ରିୟଙ୍କା
ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟକୁ ନେଇ ବେଶ୍ ଚର୍ଚ୍ଚିତ । କେବଳ ଅଭିନୟ ନୁହେଁ ସେ ଫିଲ୍ମରେ କେତୋଟି ଗୀତ ମଧ୍ୟ ଗାଇଛନ୍ତି । ଯାହା ଶ୍ରୋତା ତଥା ଦର୍ଶକଙ୍କୁ ପସନ୍ଦ ଆସିଛି । ଏବେ ତାଙ୍କ ପ୍ରଶଂସକମାନେ ଅପେକ୍ଷା ରଖିଛନ୍ତି କେବେ ପ୍ରିୟଙ୍କା ତାଙ୍କ ସ୍ୱାମୀ ତଥା ଅନ୍ତର୍ଜତୀୟ ଗାୟକ ନିକ୍ ଜୋନସଙ୍କ ସହ ଗୀତ ଗାଇବେ । ହେଲେ ନିକଟରେ ଏକ ଚାଟ୍ ଶୋ’ରେ ପ୍ରିୟଙ୍କା କହିଛନ୍ତି ସେ କେବେବି ନିକ୍ଙ୍କ ସହ ଗୀତ ଗାଇବାର ଭୁଲ୍ କରିବେନି । କାରଣ ନିକ୍ ଗୀତ ଲେଖିବା, ମ୍ୟୁଜିକ୍ କମ୍ପୋଜ୍ କରିବା ଓ ଗାଇବାରେ ଜଣେ ଓସ୍ତାଦ କଳାକାର । ମାତେ ଗୀତ ଭଲଲାଗେ ବାସ୍ । କିନ୍ତୁ ନିକ୍ଙ୍କର ସଙ୍ଗୀତକୁ ନେଇ ଯେତିକି ଜ୍ଞାନ ଅଛି ସେପର୍ଯ୍ୟନ୍ତ ମୁଁ ପହଞ୍ଚି ପାରିବି ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି । ପ୍ରିୟଙ୍କାଙ୍କ ଏହି କଥା ଶୁଣିବା ପରେ ତାଙ୍କର ପ୍ରଶଂସକମାନେ ନିରାଶ ହୋଇଛନ୍ତି ।


