ଗଜଲକ୍ଷ୍ମୀ ଙ୍କଏକତ୍ର ଭସାଣିଉତ୍ସବ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଲକ ଭୋଦର ପଞ୍ଚାୟତ ରେ ଚଳିତ ବର୍ଷ ୮ ଟି ସ୍ଥାନ ରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ସମସ୍ତ ମେଢ଼ ର ଏକକାଳୀନ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି।ଓରପଟ ବେହେରା ସାହି ମେଢ଼ , ବିଶିମାତ୍ରି ମେଢ଼ , ଜୁଣୁପୁର ମେଢ଼ ,ନାଲବାଗ ମେଢ଼ ,ମଲଉସାହି ମେଢ଼, ବେଲ ପୋଖରୀ ସାହି ମେଢ଼, ବ୍ରହ୍ମକୁଣ୍ଡି ମେଢ଼ ପ୍ରମୁଖ ଏକକାଳୀନ ଶୋଭାଯାତ୍ରା ରେ ଆସି ଚାରିଛକ ବଜାର ପରିକ୍ରମା କରିବା ପରେ ନିକଟସ୍ଥ ପ୍ରାଚୀ ନଦୀରେ ବିସର୍ଜନ କରାଯାଇଥିଲା ।ଡିଜେ ସାଉଣ୍ଡ ସହିତ ଆତସବାଜି ପ୍ରଦର୍ଶନ କରାଯାଇଥିଲା ।ଦୀର୍ଘ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁଁ ଗ୍ରାମାଞ୍ଚଳରେ ପର୍ବ ପର୍ବାଣୀ ରେ କଟକଣା ଲାଗିଥିଲା ।ଚଳିତ ବର୍ଷ ସେ କଟକଣା ନଥିବାରୁ ଲୋକ ମାନେ ଧୂମଧାମ ରେ ଏହି ପୂଜାକୁ ପାଳନ କରିଥିଲେ ।ଅଧିକ ଲୋକ ସମାଗମ କୁ ଆଖି ଆଗରେ ରଖି ଚାରିଛକ ଫାଣ୍ଡି ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ