ବେଲଗୁଣ୍ଠା ବିଜେଡି ତରଫରୁ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିନ ପାଳିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବିଜେଡି ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସ୍ଥିତ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ପାଳିତ ହୋଇଯାଇଅଛି ।ବେଲଗୁଣ୍ଠା ଏନ୍ଏସି ଅଧ୍ୟକ୍ଷ ଫିରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଜନ୍ମ ଦିନ କେକ୍ କଟା ଯାଇ ତାଙ୍କର ସୁସ୍ଥ ଦୀର୍ଘ ଜୀବନ କାମନା କରିଥିଲେ ।ନବୀନ ପଟ୍ଟନାୟକ ଭାରତର ଶ୍ରେଷ୍ଠ ଜନନେତା ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସବୁବେଳେ ଏକ ନମ୍ବର ବୋଲି ଉପସ୍ଥିତ ନେତାମାନେ ମତବ୍ୟକ୍ତ କରିଥିଲେ ।ଠିକା କର୍ମଚାରୀମାନଙ୍କୁ ନିୟମିତ କରି ନିଜ ଶାସନର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି ବୋଲି ଆଲୋଚନା ହୋଇଥିଲା । ନୂତନ ଓଡ଼ିଶା ଗଠନରେ ନବୀନ ପଟ୍ଟନାୟକ ଅବଦାନ ଅତୁଳନୀୟ । ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଭାସ୍କର ପାତ୍ର,ଦିବ୍ୟ ରଞ୍ଜନ ଦାଶ, ପ୍ରଦୀପ ସେଠୀ, ଦିଲ୍ଲୀପ ଆଚାରି, ଜିତେନ୍ଦ୍ର ସୁବୁଦ୍ଧି, ଚିଦାନନ୍ଦ ପାତ୍ର, ରଞ୍ଜିତ କୁମାର ସାମଲ,ପ୍ରଶାନ୍ତ ସାହୁ, ବିଜେଡି ସମ୍ପାଦକ ସନ୍ତୋଷ କୁମାର ସୁବୁଦ୍ଧି, ବିଜେଡି ନେତା ତଥା ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା, ଜୟଦେବ ସାହୁ, ୪୭ ନମ୍ବର ଯୋନ ବିଜେଡି ସଭାପତି ପ୍ରଦ୍ୟୁମ୍ନ ପାତ୍ର,ପୂର୍ବତନ ସରପଞ୍ଚ ପ୍ରମୋଦ ପ୍ରଧାନ, ନଗର ଛାତ୍ର ବିଜେଡି ସଭାପତି ଶିବ ସଙ୍କର ମହାପାତ୍ର,ଆଲୋକ ସାହାଣୀ, ସୁରି ସାମଲ ଓ ପ୍ରଭାକର ଜେନା ପ୍ରମୁଖ ଉପସ୍ଥିତ ଥିଲେ।