ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ବିଜ୍ଞାନ ମେଳା

ବାଲେଶ୍ୱର, (ସରୋଜ ପଣ୍ଡା):ସଦର ବ୍ଲକ ଅନ୍ତର୍ଗତ କୁଡ଼ିଆ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଦଶମ ବାର୍ଷିକ ବିଜ୍ଞାନ ମେଳା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ରରେ ଅନୁଷ୍ଠାନର ସଭାପତି ଗଣେଶ ଚନ୍ଦ୍ର ପାଢ଼ୀ ଅଧ୍ୟକ୍ଷତା କରିଥିଲେ । ସିଆରସିସି ଶଶିକାନ୍ତ ଜେନା, ଉତ୍କଳ ଶିକ୍ଷା ପରିଷଦର ରାଜ୍ୟ ସମ୍ପାଦକ ଯୋଗେନ୍ଦ୍ର ଦାସ, ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭାଗବତ ମହାନ୍ତି, ସାଣ୍ଡିଲ୍ୟ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷକ ଦାମୋଦର ମହାରଣା, ଶିକ୍ଷା ପରିଷଦର ସଦସ୍ୟ ସୂରଜ ବାରିକ ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଦିନକୁ ଦିନର ବିଜ୍ଞାନର ବ୍ୟବହାରିକ କ୍ଷେତ୍ର ବୃଦ୍ଧି ପାଇ ଚାଲିଥିବା ବେଳେ ଛାତ୍ରଛାତ୍ରୀମାନେ ଏହି ଶିକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ସେମାନେ ପରାମର୍ଶ ଦେଇଥିଲେ । ଶିକ୍ଷାକେନ୍ଦ୍ରର ପ୍ରଧାନ ଶିକ୍ଷୟିତ୍ରୀ ଲିଜାରାଣୀ ଦେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ପ୍ରଶାନ୍ତ ପରିଡ଼ା ଅତିଥି ପରିଚୟ ଦେଇଥିଲେ । ଏହି ଅବସରରେ ଆୟୋଜିତ ବିଜ୍ଞାନ ମେଳାରେ ୫୬ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟର ବ୍ରହ୍ମାନନ୍ଦ ଧଳ, ନିହାର ରଞ୍ଜନ ମହାପାତ୍ର, ଦୀପକ ଜେନା, ଦୀପ୍ତିପୁଷ୍ପା ସାହୁ, ପ୍ରଶାନ୍ତ ଦାସ ବିଚାରକ ଭାବେ ପ୍ରକଳ୍ପ ମୂଲ୍ୟାଙ୍କନ କରିଥିଲେ । ତରୁଣ ମହାଳିକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ