ବଜ୍ରାଘାତରେ ଗାଇ ଚରାଳି ଯୁବକର ମୃତୁ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ମଙ୍ଗଳବାର ସଂଧ୍ୟା ସମୟରେ ବର୍ଷା ପବନ ସାଙ୍ଗକୁ ଘଡଘଡି ହୋଇଥିଲା । ଗାଈ ଗୋଠନେଇ ଚରାଉଥିବା ଯୁବକକୁ ବଜ୍ରାଘାତ ମାରିବାରୁ ଘଟଣା ସ୍ଥଳରେ ତାର ମୃତୁ ଘଟିଥିଲା । ମୃତକ ଜଣକ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକ ସଣ୍ଡl ଗ୍ରାମର ମୋଚିରାମ ଗୌଡ଼ ଙ୍କ ପୁଅ ମହେଶ୍ୱର ଗୌଡ଼ ୩୫, ମହେଶ୍ୱର ପ୍ରତିଦିନ ଭଳି ଆଜି ଗାଈଗୋଠ ନେଇ ନିକଟସ୍ଥ ପଡିଆକୁ ଯାଇଥିଲେ । ସନ୍ଧ୍ୟା ୫,୩୦ ମିନଟ ସମୟରେ ବର୍ଷାହେବାରୁ ମହେଶ୍ୱର ଏକ ଗଛମୂଳେ ଆଶ୍ରୟ ନେଇଥିଲେ ସେହି ସମୟରେ ବଜ୍ରପାତ ହେଇଥିଲା ଘଟଣା ସ୍ଥଳରେ ମହେଶ୍ୱର ର ମୃତୁ ଘଟିଥିଲା । ସ୍ଥାନୀୟ ଲୋକେ ମହେଶ୍ୱରକୁ ଗୋବରା ମେଡିକାଲକୁ ଆଣିଥିଲେ ଡାକ୍ତର ମହେଶ୍ୱରକୁ ମୃତ ଘୋଷଣା କରିଥିଲେ । ମହେଶ୍ୱର ଗରିବ ପରିବାରର ହୋଇଥିବାରୁ ତା ପରିବାରକୁ ସରକାରୀ ସାହାଯ୍ୟ ଯୋଗେଇଦେବାକୁ ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଗୌଡ଼ ଦାବି କରିଛନ୍ତି ।


