ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦୟାଳୟ ୧୭ ବର୍ରୁ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ପରିସରରେ ଉଦଯାପିତ ହୋଯାଇଅଛି । ଆଜିର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଉତ୍ସବରେ ଜୟରାମ ଶତପଥି, ଆରକ୍ଷୀ ଅଧିକ୍ଷକ,ଗଜପତି ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରଦୀପ କୁମାର ନାୟକ, ପାରଳାଖେମୁଣ୍ଡି ପୌର ପରିଷଦ ଅଧକ୍ଷା ଶ୍ରୀମତୀ ନିର୍ମଲା ସେଠୀ, ଭାରପ୍ରାପ୍ତ କ୍ରୀଡା ଅଧିକାରୀ ତଥା ଡେପୁଟି କଲେକ୍ଟର ନଟବର ଗରଡ଼ା ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମୋନଜ ରଞ୍ଜନ ଦଳାଇ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକ ସଭାପତିତ୍ୱ କରିଥିଲେ । ଜିଲ୍ଲାର ସାତ ଗୋଟି ବ୍ଲକ୍ ର ସମସ୍ତ ମେଧାବୀ ଫୁଟବଲ୍ ଖେଳାଳି ବାଳକ ବାଳିକା ଓ ପାରଳାଖେମୁଣ୍ଡି ପୌର ପାଳିକା ର ଟିମ ମୋଟ ୧୩ ଟିମ ଅଂଶ ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପ୍ରଥମ ପ୍ରଯ୍ୟାୟ ରେ ଗୋଷାଣୀ ଓ ଆର. ଉଦୟଗିରି ବଳିକା ଟି ମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ଗୋଶାଣୀ ବାଳିକା ଟିମ ୧/୦ ଗୋଲ୍ ରେ ବିଜେତା ହୋଇଥିଲେ ଫାଇନାଲ ରେ ପାରଳାଖେମୁଣ୍ଡି ପୌର ପାଳିକା ଓ ମୋହନା ବାଳକ ଟିମ ଖେଳିବା ପାଇଁ ବିବେଚିତ ହୋଇ ଥିଲେ ଶେଷରେ ପାରଳାଖେମୁଣ୍ଡି ପୌର ପାଳିକା ବାଳକ ଟିମ ୨/୦ ଗୋଲ୍ ରେ ବିଜୟୀ ହୋଇଥିଲେ ୩ଗୋଲ୍ ରେ ପୋସିସନ ମୋହନା ବାଳିକା ଟିମ ଓ କାଶୀନଗର ବାଳକ ଟିମ,2ନଣ୍ଡ ପୋସିସନ ମୋହନା ବାଳକ ଟିମ, ରାନନେର ଆର. ଉଦୟଗିରି ବାଳିକା ଟିମ, ବାଳିକା ଚାମ୍ପିୟାନ ଗୋଶାଣୀ ଟିମ ଓ ବାଳକ ଚାମ୍ପିୟାନ ଟିମ ର ପାରଳାଖେମୁଣ୍ଡି ପୌର ପରିଷଦ ପାଳିକା ଟିମ ଅଥିତି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ତଥା ତବରଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ,ଶାରୀରିକ ଶିକ୍ଷା ନିରୀକ୍ଷକ, ସୁରେନ୍ଦ୍ର ପାତ୍ର,ପ୍ରିୟଦର୍ଶି ମିଶ୍ର ଏବଂ ସଭା ପରିଚାଳନା କରିଥିଲେ ଅମୂଲ୍ୟ ପାଣଗ୍ରାହୀ, କାର୍ତ୍ତିକ ମହାପାତ୍ର ଉପସ୍ଥିତ ଥିଲେ ଅତିଥି ମାନେ ଖେଳାଳି ମାନଙ୍କୁ ଜିଲ୍ଲାର ଗୌରବ ବଜାୟ ରଖିବା ପାଇଁ ଶୁଭକାମନା କରିଥିଲେ ଓ ଖେଳୁଆଡ଼ ମନଭାବ ଏହି ଖେଳରେ ଜିଲ୍ଲା ର ୧୯୫ ଜଣ ଛାତ୍ରୀ / ଛାତ୍ର ସହିତ ୮୫ ଜଣ ଖେଳ ଶିକ୍ଷକ ଉପସ୍ଥିତ ରହି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ