ନିମାପଡ଼ା ପଞ୍ଚାୟତସମିତି ର ବୈଠକ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ପଞ୍ଚାୟତ ସମିତି ସଭାଗୃହ ରେ ପଞ୍ଚାୟତ ସମିତି ର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକ ରେ ବ୍ଲକ ଅଧକ୍ଷ ଶଙ୍କର ଭୋଇ ସଭାପତିତ୍ବ କରିଥିଲେ ।ବୈଠକ ରେ ସ୍ୱଚ୍ଛ ଭାରତ ମିଶନ , ଏ ନ ଆର ଇ ଜି ଏସ ,ଓ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା ।ସମ୍ଭାବ୍ୟ ବାତ୍ୟା କୁ ନେଇ ଆତଙ୍କିତ ନ ହୋଇ ସମସ୍ତ ଲୋକ ପ୍ରତିନିଧି ମାନେ ସଜାଗ ରହିବାକୁ ବୈଠକରେ ଆଲୋଚନା ହୋଇଥିଲା ।ଏହି ବୈଠକ ରେ ବିଡ଼ିଓ ବସନ୍ତ କୁମାର ମଲ୍ଲିକ,ସହକାରୀ ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ସେଠୀ ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ସସ୍ମିତା ନାୟକ ,ରବୀନ୍ଦ୍ର ମଲ୍ଲିକ, ଉପାଧକ୍ଷ ଅନୁସୟା ମହାନ୍ତି ଙ୍କ ସମେତ ବିଭିନ୍ନ ବିଭାଗ ର ଅଧିକାରୀ , ବିଭିନ୍ନ ପଞ୍ଚାୟତ ର ସରପଂଚ, ସମିତି ସଭ୍ୟ, ସଭ୍ୟା ମାନେ ଯୋଗଦେଇଥିଲେ ।


