ଗାଙ୍ଗପୁର ଏବଂ ଗୋବରା କ୍ଳଷ୍ଟର୍ ସ୍ତରିୟ ଶିଶୁ ଉତ୍ସବ ସୁରଭି
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଦୁଇ ବର୍ଷର ବ୍ୟବଧାନ ପରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ରାଜ୍ୟର ପ୍ରତି କ୍ଳଷ୍ଟର୍ ରେ ଆରମ୍ଭ ହୋଇଛି କ୍ଳଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ I ଏହି ଅବସରରେ ଆଜି ବେଲଗୁଣ୍ଠା ବ୍ଲକ୍ ଖଇରପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗାଙ୍ଗପୁର କ୍ଳଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସିଆରସିସି କାର୍ତ୍ତିକେୟ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଖଇରପୁଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ମିଶ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ I ବରିଷ୍ଠ ଓ କନିଷ୍ଠ ବିଭାଗରେ ଓଡିଆ ବିତର୍କ, ପ୍ରବନ୍ଧ,ସୃଜନଶୀଳ ଲିଖନ, ଚିତ୍ରାଙ୍କନ, ସଙ୍ଗୀତ,ବକ୍ତୃତା, ସୁନ୍ଦର ହସ୍ତାକ୍ଷର ଓ ଶ୍ରୁତଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ, ଶିଳ୍ପକଳା ଓ ମଧ୍ୟାହ୍ନଭୋଜନ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ବୋରି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସ, ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ I ଗୋବରା ସିଆରସିସି ମଞ୍ଚ ସଂଯୋଜନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଗଙ୍ଗାଧର ସ୍ଵାଇଁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଶିକ୍ଷକ ବାଳକୃଷ୍ଣ ସାବତ, ମୋତିଲାଲ ନାୟକ, ସ୍ମିତା ନାୟକ,ଦାଶରଥି ସେଠୀ,ପ୍ରଦୀପ ମାଝୀ,ସସ୍ମିତା ରାଣୀ ଦାଶ,ଶିଶିର କୁମାର ସ୍ୱାଇଁ, ଝାପଲ ମାରାଣ୍ଡି,ସନିତ୍ ଜେନା,ଭୀଷ୍ମ ପ୍ରଧାନ,ଅଭୟ ପୃଷ୍ଟି,ଆରତୀ ପାତ୍ର,ଦୁର୍ଯ୍ୟୋଧନ ଦୋରା,ମନୋରଞ୍ଜନ ବିଷୋୟୀ,ଦୀପା ପ୍ରଧାନଙ୍କ ସମେତ ଖଇରପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ସେହିପରି ଗୋବରା ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ସିଆରସିସି ନିକୁଞ୍ଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ, ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ,ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ରାମେଶ୍ୱର ପାତ୍ର,ଦୁର୍ଗାମାଧବ ନାୟକ, ବିଭୁପାଦ ଜେନା, କୁଞ୍ଜବିହାରୀ ନାୟକ, ପ୍ରମୁଖ ଯୋଗ ଦେଇଥିବା ବେଳେ ଉଦଯାପନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା,ଏବିଇଓ ସବିତା କୁମାର ମଲ୍ଳିକ,ଅବସରପ୍ରାପ୍ତ ବିଇଓ ହୃଷୀକେଶ ବିଶ୍ଵାଳ,ରବି ନାରାୟଣ ଗୌଡ଼, ଆଦିତ୍ୟ କୁମାର ବ୍ରହ୍ମା,ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ପାତ୍ରଙ୍କ ସମେତ ସମସ୍ତ ସିଆରସିସି ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ I ଶିକ୍ଷକ ଛାୟାକାନ୍ତ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ I


