ମଙ୍ଗଳା ମନ୍ଦିର ବିଜେସ୍ଥଳୀରେ ପୂଜା ସାମଗ୍ରୀ ଏବଂ ଭୋଗ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିର ବେଢା ମଧ୍ୟରେ ଭୋଗ ଏବଂ ଦ୍ବୀପ ଦୋକାନ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେଇ ନିଲାମ ନେଉଥିବା ନିଲାମଧାରୀ ନିଲାମ ନେବାପରେ ବାହାର ଉଠାଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ଦିର ପ୍ରଶାସନକୁ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ ଡେରିରେ ହେଲେବି ଆଜି ପ୍ରଶାସନର ନିଦ ଭାଙ୍ଗିଛି l ମନ୍ଦିର ମୁଖ୍ୟ ଟ୍ରଷ୍ଟି ତଥା ତହସିଲଦାର ବିରଞ୍ଚିନାରାୟଣ ବେହେରା,କାକଟପୁର ଥାନା ଆଇଆଇସି ପ୍ରିୟ ରଞ୍ଜନ ନାୟକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, ଏ ଏସ ଆଇ ପ୍ରମୋଦ କୁମାର ସେଠୀ, ରବୀନ୍ଦ୍ର ନାୟକ, ନୀତି ଆୟୋଗ ରବୀନ୍ଦ୍ର ଜେନା ପ୍ରମୁଖ ଅଚାନକ ଚଢ଼ାଉ କରି ବିଜେସ୍ଥଳିରେ ବସିଥିବା ଭୋଗ ଏବଂ ଦ୍ବୀପ ଦୋକାନୀ ମାନଙ୍କୁ ଉଠାଇ ଦେଇଥିଲେ l ପରେ ମନ୍ଦିର କାର୍ଯ୍ୟାଳୟକୁ ଡକାଇ ସେମାନଙ୍କ ସହିତ ବିସ୍ତୃତ ଆଲଚନା କରିବା ପରେ ବିଜେସ୍ଥଳୀରେ ନବସି ସେମାନେ ଅନ୍ୟତ୍ର ବ୍ୟବସାୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ମନ୍ଦିର ବେଢା ମଧ୍ୟରେ ଥିବା ଭୋଗ, ଦ୍ବୀପ ଓ ପୂଜାସାମଗ୍ରୀକୁ ବିଜେସ୍ଥଳୀରେ ବିକ୍ରି କଲେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉପସ୍ଥିତ ପ୍ରଶାସନିକ ଅଧିକାରୀ ମାନେ ସୂଚନା ଦେଇଥିଲେ l ଦୀର୍ଘଦିନ ଧରି ମଙ୍ଗଳା ମନ୍ଦିର ବିଜେସ୍ଥଳୀରେ ହେଉଥିବା ବିଶୃଙ୍ଖଳାର ଆଜି ଅବସାନ ଘଟିଛି l