ପୋଡାପଦର ଗ୍ରାମ ପଂଚାୟତରେ ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା):ଜନସାଧାରଣଙ୍କୁ ରାଜସ୍ୱ ସେବା ଯୋଗାଇଦେବା ଲକ୍ଷ ନେଇ ବିଭିନ୍ନ ଗ୍ରାମାଂଚଳ ମାନଙ୍କରେ ବିଭିନ୍ନ ତହସିଲ ପକ୍ଷରୁ ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଛତ୍ରପୁର ବ୍ଲକ ପୋଡାପଦର ପଂଚାୟତ ର ରାଜୀବଗାନ୍ଧୀ ସେବା କେନ୍ଦ୍ର ଠାରେ ଛତ୍ରପୁର ତହସିଲ ପକ୍ଷରୁ ତହସିଲଦାର ପ୍ରକାଶ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୋଡାପଦର ସରପଂଚ ସୁଜାତା ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୋଡାପଦର ସମିତିସଭ୍ୟ ଶଶି ଦାସ, ସୁପରଭାଇଜର ଜି. ହରେକୃଷ୍ଣ ଓ ତିଳୋତ୍ତମା ଦୋରା, ରାଜସ୍ୱ ନିରୀକ୍ଷକ ରଶ୍ମିତା ତରାଇ ଓ ସୁଶାନ୍ତ କୁମାର ଶବର, ସଞ୍ଜୟ ରଣସିଂ, ହୃଷିକେଶ ବେହେରା, ଗୌରୀ ରେଡ୍ଡୀ, ଦୀପା ମହାନ୍ତି, ଅମିନ ସନ୍ଧ୍ୟା ରାଣୀ ବେହେରା ପ୍ରମୁଖ ଉପସ୍ଥିତ ରହି ୧୫ ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଥିଲା । ଏହା ସହିତ ବସୁନ୍ଧରା, ମ୍ୟୁଟେସନ, ଇ ପାଉତି ଓ ଗ୍ରାମକଣ୍ଟକ ଭଳି ରାଜସ୍ୱ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ଉପରେ ଆଲୋଚନା କରାଯାଇଥିଲା ।


