ବାଣ ଫୁଟାଇବାକୁ ନା ତୂଳୀରେ ସବୁଜ ଦୀପାବଳୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଗକୁ ଆସୁଛି ଦୀପାବଳୀ । ଆଲୋକର ପର୍ବ ଦୀପାବଳୀକୁ ପ୍ରଦୂଷଣ ଏବଂ ବିପଦ ମୁକ୍ତ କରିବା ପାଇଁ ରଙ୍ଗ ତୂଳୀରେ ସବୁଜ ଦୀପାବଳୀ ପାଳନର ବାର୍ତ୍ତା ଦେଇଛନ୍ତି ରାଜଧାନୀ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ । ଇକୋ-ଫ୍ରେଣ୍ଡଲି ଦୀପାବଳୀର ଉପାଦେୟତାକୁ ସେ ଚିତ୍ରରେ ଫୁଠାଇଛନ୍ତି । ‘ସେ ନୋ’ଟୁ କ୍ରାକର୍ସକୁ ସମର୍ଥନ କରି କହିଛନ୍ତି ଏହି ସମୟରେ ବାଣ ଦ୍ୱାରା ବାୟୁ ଅଧିକ ମାତ୍ରାରେ ପ୍ରଦୂଷଣ ହୋଇଥାଏ । ବାଣରୁ ନିର୍ଗତ ବିଷାକ୍ତ ଗ୍ୟାସ୍ ବିଭିନ୍ନ ପ୍ରକାରର ମାରାତ୍ମକ ରୋଗ ସୃଷ୍ଟି କରେ । ଶବ୍ଦ ପ୍ରଦୂଷଣ ବି ହୋଇଥାଏ । ଏଣୁ ଆମ୍ଭେମାନେ ବାଣ ନ ଫୁଟାଇ ଆଲୋକର ପର୍ବରେ କେବଳ ଦୀପ ଜାଳି ସବୁଜ ଦୀପାବଳୀ ପାଳନ କରିବା ପାଇଁ ସଂକଳ୍ପ ନେବା ଜରୁରୀ ବୋଲି ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କୁ ଶାନ୍ତନୁ ଚିତ୍ରରେ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ, ଶାନ୍ତନୁ ଭୁବନେଶ୍ୱର ଭୀମଟାଙ୍ଗିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩ୟ ଶ୍ରେଣୀର ଛାତ୍ର । ଶାନ୍ତନୁଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି ।


