ଆଳି ବ୍ଲକ କଂଗ୍ରେସ ପକ୍ଷରୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଉପରେ ମରଣାନ୍ତଙ୍କ ଆକ୍ରମଣ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଉପରେ ମାଫିଆମାନଙ୍କ ଆମାନୁଷିକ ମରଣାନ୍ତଙ୍କ ଆକ୍ରମଣ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଳି ଓ ରାଜକନିକା ଦୁଇ ଗୋଟି ବ୍ଲକରେ ବର୍ତ୍ତମାନ ବାଲି, ପାଣି, ମଦ, କାଠ ଓ ଜମି ମାଫିଆମାନ୮୍‌କର ଦିନକୁ ଦିନ ପାଦୁର୍ଭାବ ବୃଦ୍ଧି ପାଉଛି । ସ୍ଥାନୀୟ ଲୋକ ପ୍ରତିନିଧି ବିଶେଷ କରି ଆଳିର ବର୍ତ୍ତମାନର ବିଧାୟକ ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଛତ୍ରଛାୟା ତଳେ ରହି ପ୍ରତିଦିନ ଏ ଅଞ୍ଚଳର ବାଲି, ମାଟି, ପାଣି, କାଠ ଓ ମଦର ଚୋରା ବ୍ୟବସାୟ ଚଳାଇଥିବା ମାଫିଆମାନେ ସରକାରଙ୍କ ନିଲାମ ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରି ଜୋରଜବରଦସ୍ତ ଭାବେ ଏସବୁର ଚୋରା କାରବାର କରୁଛନ୍ତି । ସରକାରଙ୍କ କୋଟି କୋଟି ରାଜସ୍ୱ ହରିଲୁଟ ହେଉଥିବା ବେଳେ ଏସମ୍ପର୍କରେ ସାଧାରଣ ଲୋକଙ୍କର ଅଭିଯୋଗକୁ ସ୍ଥାନୀୟ ପ୍ରଶାସନ କର୍ଣ୍ଣପାତ କରୁନାହାନ୍ତି । ଏସବୁ ନିଛକ ସତ୍ୟ ଘଟଣାକୁ ନେଇ ଗଣମାଧ୍ୟମ ପ୍ରତିନିଧି ମାନେ ସତ୍ୟ ଖବର ପ୍ରସାରଣ କରିବାରୁ ରାଜରାସ୍ତାରେ ଅର୍ତକିତ ଭାବେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିବା ଆଦି ଘଟଣା ଏ ଅଞ୍ଚଳର ସାଧାରଣ ଲୋକମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ସତ୍ୟ ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ଖାସ ଅନୁଗତମାନେ ବାରମ୍ବାର ଆକ୍ରମଣ କରିବା, ମାରିବା ଓ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଧମକ ଦେବା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ପ୍ରତି ଭୟାନକ ଆକ୍ରମଣ ଓ କଣ୍ଠରୋଧ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଗତ ୨୦ତାରିଖରେ ଅର୍ଗସ ନିୟୁଜ ଚାନେଲର ଜିଲ୍ଲା ପ୍ରତିନିଧି ପ୍ରଭାତ ଲେଙ୍କାଙ୍କ ଉପରେ ମନ୍ତ୍ରୀଙ୍କ ସମର୍ଥକମାନେ ବାଲି ଚୋରୀ ଘଟଣାକୁ ନେଇ ଯେଉଁଭଳି ମରଣାନ୍ତଙ୍କ ଆକ୍ରମଣ କଲେ ତାହାକୁ କଂଗ୍ରେସ ନିନ୍ଦା କରିଛି । ଏଣୁ ଆଳି ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ସେହି ଅଞ୍ଚଳର ବାଲି,ମାଟି, ପାଣି,କାଠ ଓ ମଦର ଚୋରା କାରବାରକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହିତ ଚତୁର୍ଥସ୍ତମ୍ବର ସୁରକ୍ଷା ନିମନ୍ତେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ଆଳି ବ୍ଲକ କଂଗ୍ରେସ ସଭାପତି ରବିନାରାୟଣ ବେହେରା, ରାଜକନିକା ବ୍ଲକ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରା, ପ୍ରଫୁଲ୍ଲ କୁମାର ଦାସ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, କ୍ଷୀରୋଦ କୁମାର ବେହେରା, ରାଜମୋହନ ସ୍ୱାଇଁ, ସୁନାକର ମଳିକ, ସତ୍ୟରଞ୍ଜନ ରାଉତରାୟ, ଚିତ୍ତରଞ୍ଜନ ଦାସ, ପ୍ରଭାକର ସାହୁ, ରତିକାନ୍ତ ନାୟକ, ଅଶ୍ୱିନୀ ପରିଡା, ମନୋଜ ବେହେରା, ଅକ୍ଷୟ ନାୟକ, ସନ୍ତୋଷ ମଲିକ, ସୁସାନ୍ତ ରାଉତ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ