ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆଲୋଚନାଚକ୍ର ଅନୁଷ୍ଠିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ଜିଲ୍ଲା ଅରବିନ୍ଦ ପାଠଚକ୍ର ସଂଗଠନ ଆନୁକୂଲ୍ୟରେ ଗରାପୁରସ୍ଥିତ ରେସୱା ଅନୁଷ୍ଠାନ ପରିସରରେ ସ୍ୱାଧାର ଗୃହ ଓ ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ନିଜ ଜୀବନରେ ଭଗବାନଙ୍କ ସହ ଯୁକ୍ତ ହୋଇ ଆମ ଜୀବନ ଯାପନ କଲେ କିଭଳି ଆମ ଜୀବନରେ ପରିବର୍ତ୍ତନ ଆସିବା ସହ ଏକ ସୁସ୍ଥ ସାମାଜିକ ଜୀବନ ବଞ୍ଚି ପାରିବା ସେ ସମ୍ପର୍କରେ ଉପସ୍ଥିତ ଅରବିନ୍ଦ ପାଠଚକ୍ରର ସଦସ୍ୟ ଭଗବତୀ ପ୍ରସାଦ ଦାସ, ସୁଶ୍ରୀ ନୟନା ବେହେରା, ସନ୍ତୋଷ କୁମାର ନାୟକ ଓ ଅଞ୍ଜନା ପ୍ରଧାନ ପ୍ରମୁଖ ଆଲୋଚନା କରିଥିଲେ । ରେସୱା ଅନୁଷ୍ଠାନର ମୁଖ୍ୟ ସେକ ଲିଆକତ ହୁସେନ, ମିନତୀ ମହାରଣା, ଅମୀତରଞ୍ଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


