ପ୍ରଧାନ ଶିକ୍ଷକଙ୍କ ଅକାଳ ବିୟୋଗ ନେଇ ଶୋକସଭା

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ସରକାରୀ ବାରଣସୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱର୍ଗତ ସୁଶିଲ କୁମାର ପଣ୍ଡା ଙ୍କ ଅକାଳ ବିୟୋଗ ଘଟି ଯାଇଛି l ସେ ଜଣେ ଶିକ୍ଷାବିତ୍ କର୍ମଠ, ଆଦର୍ଶ ଶିକ୍ଷକ ଥିଲେ l ଅତିକମ୍ ଦିନ ହେଲା ସେ ପ୍ରଧାନ ଶିକ୍ଷକ ଭାବେ ଯୋଗଦେଇ ଛାତ୍ର ବତ୍ସଳ ବଂଧୁ ମାନଙ୍କ ମିଷ୍ଟ ଭାଷା ହୋଇ କାଶୀନଗର ଅଞ୍ଚଳରେ ସେ ଅତିପ୍ରିୟ ପାତ୍ର ହୋଇପରି ଥିଲେ l ତାଙ୍କ ବିୟୋଗରେ ସ୍କୁଲ ଠାରେ ଶିକ୍ଷକ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ମାନେ ସମବେତ ହୋଇ ଆତ୍ମାର ସଦଗତି ନିମନ୍ତେ ପ୍ରାଥନା କରିଥିଲେ l ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାବୁ ରାଓ, ରାଧେଶ୍ୟାମ ସାହୁ, ଅଶୋକ ଗୌଡ଼, ସ୍କୁଲ ସଭାପତି ଶଙ୍କର ଲେଙ୍କା , ସାମ୍ବାଦିକ ହୃଷିକେଶ ଗୌଡ଼, ରବୀନ୍ଦ୍ର ମଲ୍ଲିକ ପ୍ରମୁଖ ଶୋକ ସଭାରେ ଯୋଗ ଦେଇ ଆତ୍ମାର ସଦଗତି କାମନା କରିଥିଲେ l ପୂର୍ବତନ ସଭାପତି ରାଜେଶ ପଟ୍ଟନାୟକ,ଶିକ୍ଷକ ଜଗଦୀଶ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ l ଘଟଣା ରୁ ଜଣାଯାଇଛି ଯେ ପ୍ରଧାନ ଶିକ୍ଷକ ଙ୍କ ମୃତ୍ୟୁ ଡେଙ୍ଗୁ ଜ୍ୱରରେ ହୋଇଥିବା ଜଣା ଯାଇଛି l ବର୍ତମାନ ସହରରେ ଆବର୍ଜନା ଯୋଗୁଁ ମଶା,ମାଛିର ପାର୍ଦୁଭାବ ଦେଖା ଦେଇଛି l ଏହି ଅଞ୍ଚଳ ମେଲେରିଆ ପ୍ରବଣ ଅଞ୍ଚଳ l ତେଣୁ ସହରକୁ ପରିଷ୍କାର ରଖିବା, ନାଳ, ନର୍ଦମା ପରିଷ୍କାର ରଖିବା, ସଚେତନତା କରିବା ନିମନ୍ତେ ଦାବୀ ହୋଉଛି l ବାରମ୍ବାର କତୃପକ୍ଷ ଙ୍କୁ ଦାବୀ କରା ଯାଉଛି କିନ୍ତୁ NAC କତୃପକ୍ଷ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଓ NAC ଏ ଦିଗରେ ଧ୍ୟ୍ୟନା ହେଉନାହିଁ l ତୁରନ୍ତ ସଜାଗ ନ ହେଲେ ଡେଙ୍ଗୁ ରୋଗ ବ୍ୟାପିବା ଆଶଙ୍କା ଦେଖା ଦେବ l କାଶୀନଗର NAC 12 ନମ୍ବର ୱାର୍ଡ ରେ ଡ଼ମ୍ଫିଙ୍ଗ ଅଳିଆ କେନ୍ଦ୍ର କରାଯାଇଛି l ଯାଫଳରେ ସହରରେ ଭିତରେ ଡ଼ମ୍ଫିଙ୍ଗ ଅଳିଆ କେନ୍ଦ୍ର ଯୋଗୁଁ ଡେଙ୍ଗୁ ମହାମାରୀ ହେବା ଆଶଙ୍କା କରାଯଉଛି l ଏହାକୁ ନେଇ କାଶୀନଗର ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଅନ୍ତୋଷ ପ୍ରକାଶ ପାଇଛି l ଯଦି ଆଗାମୀ ଦିନରେ ଯଦି କୋଣସି ବ୍ୟକ୍ତିଙ୍କ ଡେଙ୍ଗୁ ଦ୍ୱାରା ଅକାଳ ବିୟୋଗ ହେଲେ ତାହା ପ୍ରଶାସନ ଦାଈ ରହିବ ବୋଲି ବୁଦ୍ଧିଜୀବି ମହଳରୁ ପ୍ରକାଶ ପାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ