ମୋହନା ବ୍ଲକ ବିରିକୋଟ ସ୍ବାସ୍ଥ୍ୟକେନ୍ଦ୍ରର ଆଶାକର୍ମିଙ୍କ ଅକାଳବିୟୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ କାର୍ଯ୍ୟରତ ଆଶାକର୍ମି ପୁଷ୍ପମାଳ ନାୟକଙ୍କ ହଠାତ ଦେହ ଅସୁସ୍ଥ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁରବଡ଼ମେଡିକାଲସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁଚିକିତ୍ସାଧିନଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଶବଗ୍ରାମକୁ ଆସିବାପରେଗ୍ରାମରେଶୋକାକୂଳପରିବେଶ ସୃଷ୍ଟି ହୋଇଥିଲା। ତାଙ୍କ ମୃତ ଶରୀର ନିକଟରେ ବିରିକୋଟ ସରପଞ୍ଚ ନୟନୀ ମାଝୀ, ମଶା ମାଝୀ, ମୋହନା ବ୍ଲକ ଉପାଧ୍ଯକ୍ଷ ବାଲମିନା ଅଧିକାରୀଙ୍କ ସମେତ ମୋହନା ବ୍ଲକର ସମସ୍ତ ଆଶା କର୍ମୀ ଉପସ୍ଥିତ ଥିଲେ। ସଂଘ ସଭାପତି ନିରୁପମା ନାୟକ, ଉପ ସଭାପତି ପ୍ରମିଳା ପାଇକ ପ୍ରମିଳା ନାୟକ, ପାଞ୍ଚିସୀ ପାଣି, ସମ୍ପlଦକ ସରଜିନିଗୌଡ଼ଆଶାକର୍ମୀଙ୍କଅକାଳବିୟୋଗରେ ଶୋକ ପ୍ରକାଶ କରିଥିଲେ। ତାଙ୍କର ଦୁଇଟି ଝିଅ ଓ ଦୁଇଟି ପୁଅ ଥିବା ଜଣା ପଡ଼ିଛି।


