ଶ୍ରମ ଓ ନିୟୋଜନ ବିଭାଗ ପ୍ରମୁଖ ସଚିବଙ୍କ ମୋହନା ବ୍ଲକ ଗ୍ରସ୍ତ ଓ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା):ରାଜ୍ୟ ସରକାରଙ୍କ ଶ୍ରମ ଓ ନିୟୋଜନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଗଜପତି ଜିଲ୍ଲା ଦାୟିତ୍ଵରେ ରହିଥିବା ସ୍ଵତନ୍ତ୍ର ସଚିବ ଚିତ୍ରା ଅରୁମୁପମ୍ ୨ଦିନିଆ ମୋହନା ଗ୍ରସ୍ତ କରି ଅଞ୍ଚଳରେ ଜାରୀ ରହିଥିବା ବିଭିନ୍ନ ଜନହିତକର ପ୍ରକଳ୍ପର ସମୀକ୍ଷା ଓ ଅନୁଧ୍ଯ।ନ କରିଛନ୍ତି।ପ୍ରଥମ ଦିନରେ ସଚିବ ଲବାରସିଂ ଗ୍ରାମଠାରେ ରହିଥିବା ମାତୃ ଓ ଶିଶୁ ପୋଷଣ କେନ୍ଦ୍ର, ଯୁବଗାଁ ଆଶ୍ରମ ସ୍କୁଲ,ଅଙ୍ଗନାବାଡି କେନ୍ଦ୍ର, ଚନ୍ଦ୍ରଗିରି ଲେମନ ଗ୍ରାସ ପ୍ଳାଣ୍ଟ, ସୌରା ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ପରିଦର୍ଶନ କରିବା ସହିତ ଅପରାହ୍ନରେ ବ୍ଲକ କାର୍ଯ୍ୟାଳୟରେ ଅଧିକାରୀମାନଙ୍କ ସହ ଅଞ୍ଚଳରେ ଜାରୀ ରହିଥିବା ଜନମଙ୍ଗଳକାରୀ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଥିଲେ।ଚ଼ନ୍ଦ୍ରଗିରି ନିକଟ  ଜିରାଙ୍ଗ ସ୍ଥିତ ବୌଦ୍ଧ ମନ୍ଦିର ସନ୍ନିକଟ ପଦ୍ମସାଗର ବୋଟିଙ୍ଗକୁ ଉଦଘାଟନ କରିଥିଲେ। ଦ୍ୱିତୀୟ ଦିନରେ ଚନ୍ଦ୍ରଗିରି ଗ୍ରାମ ନିକଟରେ ଥିବା ଭୈରବୀ ପୀଠକୁ ରାସ୍ତା ନିର୍ମାଣ ଓ ଚାଲୁରହିଥିବା ମନରେଗା କାମ ଗୁଡିକର ଅନୁଧ୍ୟାନ କରିଥିଲେ। ସଚିବଙ୍କ ଗ୍ରସ୍ତ ସମୟରେ ଜିଲ୍ଲାପଳ ଲିଙ୍ଗରାଜ ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ ରୋମାଞ୍ଚଳ ଖମାରୀ, ବିଡିଓ ତପସ୍ଵିନୀ ହାଁସଦା, ଶ୍ରମ ସଚିବ ତିରୁମାଲା ନାୟକ,ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଶତପଥୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ