ଧର୍ମ ପରାୟଣ ମହିଳା ଙ୍କ ପରଲୋକ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ମହାଦେବବସ୍ତ ଗ୍ରାମର ଧର୍ମ ପରାୟଣ ମହିଳା ତଥା ଅଞ୍ଚଳ ର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ବିରଞ୍ଚି ନାରାୟଣ ପଣ୍ଡା ଙ୍କ ସହଧର୍ମିଣୀ ଚାରୁଲତା ପଣ୍ଡା (୭୫) ବର୍ଷ ବୟସରେ ଇହଲୀଳା ସମ୍ଭରଣ କରିଛନ୍ତି।ସେ ଦୀର୍ଘ କିଛି ଦିନ ହେବ କୀଡୀନ ଜନିତ ରୋଗ ରେ ପୀଡିତ ଥିଲେ, ତାଙ୍କର ଚାରି ପୁତ୍ର ତିନି ପୁତ୍ର ବଧୂ ଙ୍କ ସମେତ ଏକ ନାତୁଣୀ ଏବଂ ଦୁଇ ନାତି ଅଛନ୍ତି। ଗାଁ ରେ ଚାରୁଲତା ଙ୍କୁ ଉଣା ଅଧିକେ ଚାରୁ ନାନୀ ବୋଲି ସମସ୍ତେ ଡାକିଥାନ୍ତି। ଯେ କୌଣସି କାମପଡ଼ୁ ଚାରୁ ନାନୀ ଙ୍କୁ ସଭିଏଁ ଖୋଜିଥାନ୍ତି।ସେ ଲୋକଙ୍କୁ ଭଲ ପାଇବା ଓ ଲୋକମାନେ ତାଙ୍କୁ ଭଲ ପାଇବା ଜଣା ପଡିଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗାଁ ର ସମସ୍ତ ଲୋକେ ରୁଣ୍ଡ ହୋଇଯାଇଥିଲେ ତାଙ୍କ ଘର ନିକଟରେ ।ସମସ୍ତ ଲୋକମାନେ ଏକାଠି ହୋଇ ସଂକୀର୍ତନ କରି ନିଜ ଘର ଠାରୁ ଗାଁ ଶ୍ମଶାନ କୁ ଏକ ବିରାଟ ପଟୁଆର ରେ ତାଙ୍କ ଶବ କୁ ଶୋଭାଯାତ୍ରା ରେ ନେଇଥିଲେ।ଭବତୋଷ,ଆଶୁତୋଷ, ଦେବାଶିଷ, ତପନ ଚାରି ପୁତ୍ରଙ୍କ ସମେତ ଗାଁ ର ପ୍ରାୟ ଏକ ଶହ ରୁ ଉର୍ଦ୍ଧ ଲୋକମାନେ ଶବଧାର ରେ ସାମିଲ ହୋଇ ଶ୍ମଶାନ କୁ ନେଇଥିଲେ ଏବଂ ସେଠାରେ ରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ।ବଡ଼ ପୁତ୍ର ଭବତୋଷ ମୁଖାଗ୍ନି ଦେଇଥିବା ବେଳେ ତାଙ୍କ ର ସମସ୍ତ ଆତ୍ମୀୟ ସେଠାରେ ଉପସ୍ଥିତ ଥିଲେ।


