ଚାନ୍ଦପୁର ଛକରେ ରାମଚରିତ ମାନସ ଓ ନବ।ର୍ନ୍ହ ପରାୟଣ ମହାସମାରୋହରେ ଅନୁଷ୍ଠିତ
ଚିକିଟି, (କୁରେଶୁ ସାହୁ):ଚିକିଟି ବ୍ଲକ ଅନ୍ତର୍ଗତ ଚାନ୍ଦପୁର ପଞ୍ଚାୟତ ର ଚାନ୍ଦପୁର ଛକ ରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ରାମଚରିତ ମାନସ ଓ ନବ।ର୍ନ୍ହ ପରାୟଣ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।୨୯ ତାରିଖ ଶୁକ୍ରବାର ଜଳଯାତ୍ରା ସହ ଭଜନ ,କୀର୍ତ୍ତନ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା। ପ୍ରତ୍ୟହ ଦିନରେ ବ୍ୟାସ ସନ୍ଥ ଶ୍ରୀ ପୁରୁଷୋତ୍ତମ ମହାରାଜ (ପୁରୀ) ପାରାୟଣ ଗାନ କରୁଥିବା ବେଳେ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଚାଲୁରହିଛି।୨୯ ରିଖ ଶୁକ୍ରବାର ଠାରୁ ପ୍ରବଚିକା ଶ୍ରୀମତି ମମତା ପଟ୍ଟନ୍ୟୟକ ୧ ରିଖ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରବଚନ ଦେବେ।ବିଶେଷ ଆକର୍ଷଣ ରହିଛି କୁନିପ୍ରବଚକ କେଶବ ଦ୍ବିତୀକୃଷ୍ଣ ଦାସ (ପୁରୀ) ସେ ୨ରିଖ ବୁଧବାର ଓ ୩ ରିଖ ଗୁରୁବାର ଦୁଇଦିନ ପ୍ରବଚନ ଦେବେ ।ଏବଂ ଶୁକ୍ରବାର ୪ ରିଖ ରୁ ରବିବାର ୬ରିଖ ପର୍ଯ୍ୟନ୍ତ ପ୍ରବଚକ ସୂର୍ଯ୍ୟକାନ୍ତ ରଥଶର୍ମା (ପୁରୀ) ପ୍ରବଚନ ଦେବେ। ଏହି ଅଞ୍ଚଳ ର ପୁରୋହିତ ପ୍ରସାଦ କୁମାର ପ୍ରହରାଜ , ବହୁ ରାମପ୍ରେମୀ ଶ୍ରଦ୍ଧାଳୁ ଓ ବଣିକ ସଙ୍ଘ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁ ଓ ସୁନ୍ଦର ଭାବରେ କିପରି ଚାଲୁ ରହିବ ସେନେଇ ତତ୍ପର ହୋଇ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଉଛନ୍ତି।


