ନଭେମ୍ବର ୪ରେ ନବୀନ ନିବାସ ଘେରାଉ କରିବ ଗୋପ ନିମାପଡ଼ା ସ୍ୱାଭିମାନ ମଂଚ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଧମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବରୁ ମୃତ୍ୟୁକାଳୀନ ଅଡ଼ିଓ ମାଧ୍ୟମରେ ସାମ୍ବାଦିକ ଶ୍ରୀ ଅକ୍ଷୟ କୁମାର ନାୟକଙ୍କ ମୋବାଇଲରେ ରେକର୍ଡ଼ ହେବା କଥା ପୁଲିସ୍ ତଦନ୍ତଭୁକ୍ତ ହୋଇଛନ୍ତି । ସେ ଆତ୍ମହତ୍ୟା କରିବାର ଏକଘଂଟା ପୂର୍ବରୁ ପ୍ରକାଶ କରିଥିଲେ ଯେ ତାଙ୍କ ମୃତ୍ୟୁ ପାଇଁ ମୁଖ୍ୟତଃ ପାଂଚଜଣ ଦାୟୀ ରହିବେ । ସେଥିରେ ପ୍ରଥମେ ତାଙ୍କର ସ୍ତ୍ରୀ, ଦ୍ୱିତୀୟରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଏବଂ ବିନ୍ଦାସ ଚିନୁ ପ୍ରମୁଖ ଅନ୍ତର୍ଭୁକ୍ତ । ଆଇନ ଦୃଷ୍ଟିରୁ ମୃତ୍ୟୁକାଳୀନ ଜମାନବନ୍ଦୀ ଅବିବାଦନୀୟ ଏବଂ ଏହାକୁ କୌଣସି ଅଭିଯୁକ୍ତ ପ୍ରତିବାଦ କରିନାହାଁନ୍ତି ।ଉକ୍ତ ଟେଲିଫୋନିକ ମୃତ୍ୟୁକାଳୀନ ଜମାନବନ୍ଦୀରେ ଧର୍ମେନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ଯେ ସ୍ଥାନୀୟ ନେତା ଶ୍ରୀ ସମୀର ରଞ୍ଜନ ଦାଶ ଓ ତାଙ୍କ ସହକର୍ମୀ ବିନ୍ଦାସ ଚିନୁ, ତାଙ୍କର ସ୍ତ୍ରୀଙ୍କ ମୃଦ୍ୟୁପାନୀୟରେ ନିଶା ସେବନ କରାଇ ଯୌନ ଶୋଷଣ କରି ନଗ୍ନଫଟୋ ଉତୋଳନ କରିଥିଲେ । ଉକ୍ତ ଫଟୋକୁ ବ୍ୟବହାର କରି ଶ୍ରୀ ଦାସ ତାଙ୍କ ସ୍ତ୍ରୀକୁ ବାରମ୍ବାର ଯୌନ ଖେଳାନା ଭାବେ ବ୍ୟବହାର କରୁଥିଲେ । ଶ୍ରୀ ସାହୁ ମଧ୍ୟ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ ଯେ ଶ୍ରୀ ସମୀର ରଞ୍ଜନ ଦାଶ ଜଣେ ବିଚକ୍ଷଣ ବ୍ୟକ୍ତିତ୍ୱ । ସେ ତାଙ୍କ ସ୍ୱାର୍ଥ ପାଇଁ ଯେକୌଣସି କାର୍ଯ୍ୟ କରିପାରନ୍ତି ଏବଂ ସବୁ ସତ୍ୟକୁ ନଷ୍ଟ କରିପାରନ୍ତି ।ଶ୍ରୀ ସାହୁ ଜଣେ ଯୁବଉଦ୍ୟୋଗୀ ଏବଂ ଯୁବନେତା ହୋଇଥିଲେ ମଧ୍ୟ ସ୍ଥାନୀୟ ରାଜନେତାଙ୍କୁ ଏହି କାର୍ଯ୍ୟକାଳପରୁ ନିବୃତ କରିବା ପାଇଁ ତାଙ୍କର ସାମର୍ଥ୍ୟ ନଥିଲା । ପ୍ରାୟ ସବୁ ସ୍ଥାନୀୟ ନେତା ଶ୍ରୀ ସମୀର ଦାଶଙ୍କୁ ଭୟ କରୁଥିଲେ । ତାଙ୍କର ମୃତ୍ୟୁ ଏକ ବଡ଼ ଚକ୍ରାନ୍ତ, ଏଣୁ ଏପରିସ୍ଥିତିରେ ହାତାଶ ହୋଇ ସେ ଏଭଳି ଚରମ ନିଷ୍ପତି ନେବା ପାଇଁ ପଛାଇଲେ ନାହିଁ । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ କ୍ଷମତାରେ ଥିବା ପର୍ଯ୍ୟନ୍ତ ଏହି ମୃତ୍ୟୁର ରହସ୍ୟ ଉନ୍ମୋଚିତ ହୋଇପାରିବ ନାହିଁ । ଏହି ପରିପ୍ରେକ୍ଷୀରେ ଗତ ୧୪.୧୦.୨୦୨୨ରିଖରେ ଗୋପ ନିମାପଡ଼ା ସ୍ୱାଭିମାନ ମଂଚ ତରଫରୁ ମହାମହିମ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ରାଜ୍ୟପାଳ ଏହି ସମସ୍ୟାକୁ ଗୁରତ୍ୱର ସହିତ ବିଚାରକୁ ନେଇ ଏ ସଂକ୍ରାନ୍ତରେ ସରକାରଙ୍କୁ ଅବଗତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବର୍ତମାନ ସୁଦ୍ଧା ସରକାରଙ୍କ ତରଫରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରି ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଗୋପ ନିମାପଡ଼ା ସ୍ୱାଭିମାନ ମଂଚ ତରଫରୁ ଆସନ୍ତା ୪ ନଭେମ୍ବର, ୨୦୨୨ରେ ‘ନବୀନ ନିବାସ’ ଘେରାଉ କରାଯିବ ବୋଲି ମଂଚର ସଭାପତି ଆଡ଼ଭୋକେଟ ସୁଧୀର ମହାନ୍ତି ସୂଚନା ଦେଇଛନ୍ତି । ଏଥିରେ ଦଳମତ ନିର୍ବିଶେଷରେ ସମସ୍ତ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଯୁବକ, ମହିଳା, ଛାତ୍ର ଏହି ଅନ୍ୟାୟ ବିରୁଦ୍ଧରେ ଏକଜୁଟ ହୋଇ ଏହି ଲଢେଇରେ ସାମିଲ୍ ହେବା ପାଇଁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।