ସରକାରୀ କୃଷି ମହାବିଦ୍ୟାଳୟ କ୍ରିୟାନୁଷ୍ଠାନ କମିଟି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର କ୍ରିୟାନୁଷ୍ଠାନ କମିଟିର ମାସିକ ବୈଠକ ଲୋକନାଥ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଆବାହକ ଡ. କେଶବ ଚନ୍ଦ୍ର ପଣ୍ଡା, ପ୍ରଫୁଲ କୁମାର ଦାସ, ପ୍ରବୋଧ କୁମାର ପାତ୍ର, ନିରଞ୍ଜନ ପରିଡ଼ା, ସ୍ୱରୂପ ଦାସ, ଅନ୍ନପୂର୍ଣ୍ଣା ମହାପାତ୍ର, ଅନନ୍ତ କୁମାର ଦତ୍ତ, ଡାକ୍ତର ତାରାକାନ୍ତ ନନ୍ଦ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଡ. କ୍ଷିତୀଶ୍ୱର ଦାଶ, ଭୂପତି କୁମାର ପାତ୍ର, ଭାସ୍କର ଚନ୍ଦ୍ର ପାଢ଼ୀ, ହରନାରାୟଣ ମଢ଼ୁଆଳ, ଯୋଗେଶ ଚନ୍ଦ୍ର ପ୍ରଧାନ, ରମେଶ ଚନ୍ଦ୍ର ଜେନା, ସୁଦର୍ଶନ ଦାସ ପ୍ରମୁଖ ଏଥିରେ ଯୋଗଦେଇ ଉତ୍ତର ଓଡ଼ିଶାର କେନ୍ଦ୍ର ସ୍ଥଳ ବାଲେଶ୍ୱରରେ ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ରର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଏନେଇ ଭୋଗରାଇ, ଜଳେଶ୍ୱର, ବସ୍ତା, ସୋର, ଔପଦା ବ୍ଲକ୍ରୁ ବିଡ଼ିଓଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯାଇଥିବା ବେଳେ ଖୁବଶୀଘ୍ର ଅନ୍ୟ ବ୍ଲକ୍ମାନଙ୍କରୁ ସ୍ମାରକପତ୍ର ପ୍ରଦାନ କରିବା ପାଇଁ ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଗଲା । ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି । ଆଗାମୀ ଯୋଜନା ବୋର୍ଡ଼ ବୈଠକରେ ଏ ସମ୍ପର୍କରେ ପ୍ରସ୍ତାବ ରଖିବାକୁ ଅନୁରୋଧ କରାଯାଇଥିବା ସମ୍ପର୍କରେ ବୈଠକରେ ସୂଚନା ଦିଆଯାଇଥିଲା । ଆଗାମୀ ଦିନରେ ଚାଷୀମାନଙ୍କୁ ଏକତ୍ରିତ କରି ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଶେଷରେ ଅଭୟ ଚନ୍ଦ୍ର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।