ଅସ୍ତରଙ୍ଗ ରେ ବିଜେଡି ର ଜନସଂପର୍କ ପଦଯାତ୍ରା
ନିମାପଡ଼ା, (ସନ୍ତୋଷ ଦାଶ):ଗାନ୍ଧୀ ଜୟନ୍ତୀ ରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି ବିଜେଡି। କାକଟପୁର ନିର୍ବାଚନ ମଣ୍ଡଳୀ ଅସ୍ତରଙ୍ଗ ବ୍ଲକର ଏକ ନମ୍ବର ଜୋନ ର ବିଭିନ୍ନ ପଂଚାୟତ ରେ କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡା, ଯୁବ ବ୍ୟାପାର, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ପଦଯାତ୍ରା କରି ବିଭିନ୍ନ ଲୋକଙ୍କ ସହ ଆଲୋଚନା କରିଥିଲେ। ଅସ୍ତରଙ୍ଗ ରେ ଜନ ସମ୍ପର୍କ ପଦଯାତ୍ରା ପାଇଁ ଅସ୍ତରଙ୍ଗ ହାଇସ୍କୁଲ ଛକ ରୁ କୁହୁଡି ଲବଣ ସତ୍ୟାଗ୍ରହ ପୀଠ ପର୍ଯ୍ୟନ୍ତ ଏକ ବିରାଟ ପଦଯାତ୍ରା ରେ ଶହ ଶହ କର୍ମୀ ଓ ନେତା ଏଥିରେ ସାମିଲ ହୋଇଥିଲେ। କୁହୁଡି ଲବଣ ସତ୍ୟାଗ୍ରହ ନିକଟରେ ମହାତ୍ମାଗାନ୍ଧୀ ଓ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମନ୍ତ୍ରୀ ଓ କର୍ମୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକ ବିରାଟ ଶୋଭାଯାତ୍ରା ଏକ ନମ୍ବର ଜୋନ ର ବିଭିନ୍ନ ପଂଚାୟତ ଗ୍ରସ୍ତ କରିଥିଲା। ଏହି ପଦଯାତ୍ରା ରେ ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟା ସରସ୍ବତୀ ସ୍ୱାଇଁ, କାକଟପୁର ବ୍ଲକ ବିଜେଡି ସଭାପତି ପ୍ରାଣନାଥ ମଲ୍ଲିକ,ଅସ୍ତରଙ୍ଗ ବ୍ଲକ ବିଜେଡି ସଭାପତି କେଦାର ନାଥ ବିଶ୍ୱାଳ,ଅସ୍ତରଙ୍ଗ ଯୁବ ବିଜେଡି ସଭାପତି ପ୍ରଶାନ୍ତ ନାୟକ (ବୁଟୁ ),ଅସ୍ତରଙ୍ଗ ଯୁବ ନେତା ଅମୀୟ ବାରିକ, ସୁବ୍ରତ ପଲାଉରୀ, ଈଶ୍ୱର ମହାରଣା, ଲିକୁ ପଲାଉରୀ,ଅସ୍ତରଙ୍ଗ ଯୁବ ବିଜେଡି ସୋସିଆଲ ମିଡ଼ିଆ ପ୍ରତିନିଧି ରୁଦ୍ର ପ୍ରସାଦ ଲେଙ୍କା ଙ୍କ ସହ ବିଭିନ୍ନ ପଂଚାୟତରୁ ଆସିଥିବା ଜନପ୍ରତିନିଧି ଓ ବିଜେଡ଼ି କର୍ମୀ ମାନେ ଏହି ପଦ ଯାତ୍ରା ରେ ସାମିଲ ହୋଇଥିଲେ।