ଗୋପକଲେଜ ପରିଚାଳନା କମିଟି ର ସଭାପତି ହେଲେ ପ୍ରକାଶ ଖଟୋଇ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ମହାବିଦ୍ୟାଳୟ ପରିଚାଳନା କମିଟି ର ନୂତନ ସଭାପତି ଭାବେ କଲେଜ ର ପୂର୍ବତନ ଅଧ୍ୟକ୍ଷ ତଥା ବାନରସେନା ପତ୍ରିକା ର ସଂପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଖଟୋଇ ଙ୍କୁ ମନୋନୀତ କରାଯାଇଛି l ଶ୍ରୀଯୁକ୍ତ ଖଟୋଇ ଉକ୍ତ ମହାବିଦ୍ୟାଳୟ ରୁ ହିଁ ତାଙ୍କର ଅଧ୍ୟାପକତା ଜୀବନ ଆରମ୍ଭ କରି ସେହିଠାରେ ହିଁ ଅବସର ନେଇଥିଲେ l ସିଏ ଜଣେ ଏକାଧାରର ଶିଶୁ ସାହିତ୍ୟିକ ‘ବନାରସେନା’ ର ସମ୍ପାଦକ, ଜ୍ଞାନରାଇଜ ର ଲେଖକ, ସମାଜସେବୀ, ପରୋପକାରୀ ବ୍ୟକ୍ତି ଭାବେ ସମଗ୍ର ଗୋପ ବ୍ଲକରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି l ତାଙ୍କ ସମୟରେ ଜାତୀୟ ସେବା ଯୋଜନା ରେ ଅନେକ ଛାତ୍ରଛାତ୍ରୀ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଶେଷ ସଫଳତା ଅର୍ଜନ କରିଥିଲେ l ଗୋପ ଅଞ୍ଚଳ ର ସମସ୍ତ ସଂଗଠନ ଓ ଅନୁଷ୍ଠାନ ସହିତ ପରୋକ୍ଷ ଓ ପ୍ରତେକ୍ଷ୍ୟ ଭାବେ ଜଡିତ ରହି ଅନେକ ସୁନାମ ଅର୍ଜନ କରିଛନ୍ତି l ଅବସର ପରେ ଗୋପ ବ୍ଲକ ର ଅଗ୍ରଣୀ ସମାଜସେବୀ ସଂଗଠନ ‘ ନିସ୍ଵାର୍ଥ ପରିବାର ‘ ର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି l ଆଜି ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ କୁ ସୁଚାରୁ ରୂପେ ସମ୍ପାଦନା କରୁଥିବାରୁ ଓଡିଶା ର କୋଣ ଅନୁକୋଣ ରୁ ତାଙ୍କ ପାଖକୁ ଶୁଭେଚ୍ଛାର ବାର୍ତ୍ତା ର ସୁଅ ଛୁଟିଛି l ଏହି ପରିପେକ୍ଷୀରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷାବିଭାଗ ର ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଶ୍ରୀନିବାସ ମିଶ୍ର ଏ ସଂପର୍କ ରେ ଚିଠି ରେ ପୁରୀ ଜିଲ୍ଲାପାଳ ଙ୍କୁ ଜଣାଇଛନ୍ତି ଯେ ଶ୍ରୀ ଖଟୋଇ ଙ୍କୁ ଗୋପ ମହାବିଦ୍ୟାଳୟ ପରିଚାଳନା କମିଟି ର ନୂତନ ସଭାପତି ଭାବେ ମନୋନୀତ କରାଗଲା l ନିମାପଡା ବିଧାୟକ ତଥା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କାକଟପୁର ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା, ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ, ଜିଲ୍ଲାପାଳ, ପୁରୀ, ଉପ ଜିଲ୍ଲାପାଳ, ପୁରୀ, ପ୍ରମୁଖ ଙ୍କୁ ସେ କୃତଜ୍ଞତା ଓ ସାଧୁବାଦ ଜ୍ଞାପନ କରିଛନ୍ତି l ଶ୍ରୀଯୁକ୍ତ ଖଟୋଇ କହିଛନ୍ତି ଯେ ସମସ୍ତ ଙ୍କ ସହଯୋଗ ରେ ଗୋପ ମହାବିଦ୍ୟାଳୟ ର ଉନ୍ନତ ଶିକ୍ଷାଦାନ ର ଭିତ୍ତିଭୂମି ସହିତ ପରିଚାଳନା ସୁଦୃଢ ହୋଇପାରିବ। ଶ୍ରୀ ଖଟୋଇ ଙ୍କୁ ପୁରାତନ ଛାତ୍ରଛାତ୍ରୀ,ସ୍ଥାନୀୟ ବୁଦ୍ଧିଜୀବି, କଲେଜ ର କର୍ମଚାରୀ ମାନେ ସ୍ଵାଗତ ଜଣାଇଛନ୍ତି।