ନିମାପଡା ପ୍ରୀମିୟର ଲିଗ୍ ଫୁଟବଲ ଲଙ୍କେଶ୍ଵରୀ କ୍ଲବ ଫାଇନାଲ ରେ
ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ନିମାପଡ଼ା ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୨୦ତମ ନିମାପଡ଼ା ପ୍ରିମିୟର ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ପଞ୍ଚଦଶ ଦିବସର ପ୍ରଥମ ସେମିଫାଇନାଲ ଖେଳରେ ପରଷ୍ପରକୁ ଭେଟିଥିଲେ ବଳଙ୍ଗାର ଲଙ୍କେଶ୍ଵରୀ କ୍ଲବ ଓ ଝାମ୍ପୁଲାକୁଦର ବଜରଙ୍ଗୀ କ୍ଲବ। ଲଙ୍କେଶ୍ଵରୀ କ୍ଲବ ୪-୨ ଗୋଲରେ ବଜରଙ୍ଗୀ କ୍ଲବକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। କାଉନସିଲର ଧନୁର୍ଦ୍ଧର ଦାସ ଓ ରାଜକିଶୋର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ।ବଳଭଦ୍ର ସ୍ବାଇଁ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ଆଜି ଖେଳକୁ ରଣଜିତ କେଶରୀ ନାୟକ,ସମର ବରାଳ, ନିର୍ମଳ ମିଶ୍ର ଓ ପଦ୍ମଚରଣ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ।ପ୍ରକାଶ ବରାଳ, ସତ୍ୟଜିତଆଚାର୍ଯ୍ୟ,ବିଶ୍ଵଜିତ ମଲ୍ଲିକ, ସତ୍ୟପ୍ରିୟ ନାୟକ,ଅଜୟ ପାଣି,ଜିତେଶ କାନୁନଗୋ ଓ ଦୋଳଗୋବିନ୍ଦ ସେଠୀ ପ୍ରମୁଖ ସହାୟତା କରିଥିଲେ। ଆସନ୍ତାକାଲି ନୟାହାଟ ର ୟୁନାଇଟେଡ଼ ଫୁଟବଲ କ୍ଲବ ଓ ନିମାପଡ଼ା ଆଥଲେଟିକ ଆସୋସିଏସନ୍ ମଧ୍ୟରେ ଦ୍ଵିତୀୟ ସେମିଫାଇନାଲ ଖେଳ ହେବ ବୋଲି ସମ୍ପାଦକ ଜିବନାନନ୍ଦ ମହାପାତ୍ର ସୂଚନା ଦେଇଛନ୍ତି।