ନିମାପଡ଼ା ପ୍ରୀମିୟର ଲିଗ ଫୁଟବଲ ଫାଇନାଲରେ ଏନ ଏ ଏ

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ବାରବାଟି ଗ୍ରାଉଣ୍ଡ ରେ ନିମାପଡ଼ା ଆଥଲେଟିକ ଆସୋସିଏସନ ଦ୍ଵାରା ଆୟୋଜିତ ୨୦ ତମ ନିମାପଡ଼ା ପ୍ରିମିୟର ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟର ଏକ ରୋମାଞ୍ଚକର ସେମି ଫାଇନାଲ ରେ ନିମାପଡ଼ା ଆଥଲେଟିକ୍ ଆସୋସିଏସନ୍ ୧-୦ ଗୋଲରେ ୟୁନାଇଟେଡ କ୍ଲବ, ନୟାହାଟ କୁ ହରାଇ ଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରିଛି । ପ୍ରଥମାର୍ଦ୍ଧରେ କୌଣସି ଟିମ୍ ଗୋଲ ଦେଇପାରିନଥିବା ବେଳେ ଦିତୀୟାର୍ଦ୍ଧରେ ଖେଳ ବେଶ ରୋମାଞ୍ଚକର ହୋଇଥିଲା ।ଆକ୍ରମଣ ଓ ପ୍ରତି ଆକ୍ରମଣ ମାଧ୍ୟମରେ ଉଭୟ ଦଳ ବିଜୟୀ ହେବାକୁ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରିଥିଲେ। ଦିତୀୟାର୍ଦ୍ଧର ୭୦ ମିନିଟ ରେ ନିମାପଡ଼ା ଆଥଲେଟିକ ଆସୋସିଏସନ୍ ଫରୱାର୍ଡ ସୁଶାନ୍ତ ବେହେରା ଙ୍କ ଏକ ରୋମାଞ୍ଚକର ଫିଲ୍ଡ ଗୋଲ ଦଳକୁ ୧-୦ ରେ ବିଜୟୀ କରିଥିଲା। ଏନଏଏ ଫାଇନାଲ ରେ ଆସନ୍ତା ରବିବାର ଦିନ ଲଙ୍କେଶ୍ଵରୀ କ୍ଲବ୍ ବଳଙ୍ଗା କୁ ଭେଟିବ । ଆଜିର ଖେଳ ରେ ସୁନ୍ଦର ପ୍ରଦର୍ଶନ ପାଇଁ ଏନଏଏ ର ସୁଶାନ୍ତ ବେହେରା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା ଓ ନିମାପଡ଼ା ଏନ ଏ ସି ର ପୂର୍ବତନ କାଉନସିଲର ବ୍ରଜେନ୍ଦ୍ର ପ୍ରଧାନ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚ କୁ ରେଫରୀ ନିର୍ମଳ ମିଶ୍ର ,ଜୟନ୍ତ ରାୟ ,ସୁଶାନ୍ତ ରାଉତରାୟ ଏବଂ ପଦ୍ମଚରଣ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଜିତେନବରାଳ, ପ୍ରକାଶ ବରାଳ , ଜିତେସ କାନୁନଗୋ ,ସତ୍ୟଜିତ ଆଚାର୍ଯ୍ୟ ,ଅକ୍ଷୟ ପାତ୍ର ଏବଂ ବିଶ୍ୱଜିତ୍ ମଲିକ ପରିଚାଳନା କରିଥିଲେ ।ଆସନ୍ତା କାଲି ର ମ୍ୟାଚ ଏକ ପ୍ରଦର୍ଶନୀ ମ୍ୟାଚ୍ ଏ ନ ଏ ଏ ଭେଟରାନ ଏକାଦଶ ଏବଂ ନିମାପଡ଼ା ଭେଟେରାନ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆସୋସିଏସନ୍ ର ସମ୍ପାଦକ ଜିବନା ନନ୍ଦ ମହାପାତ୍ର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ