ଶିଶୁପାର୍କ ଓ ଓପେନ ଜିମ ନିର୍ମାଣ ସକାଶେ ଭିତ୍ତି ପ୍ରସ୍ତର ସ୍ଥାପନ

ଛତ୍ରପୁର, (ଦେବଦତ୍ତ ମହାରଣା):ରାଜ୍ୟ ସରକାରଙ୍କ ମୁକ୍ତା – ସହରୀ ଭିତ୍ତିଭୂମି ପ୍ରକଳ୍ପ ଦ୍ୱାରା ପ୍ରାୟ ୧୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମୁଲ୍ୟରେ ଛତ୍ରପୁର ଏନଏସି ଅନ୍ତର୍ଗତ ୧୧ ନଂ ୱାର୍ଡ ଅଧିନ ଏକାମ୍ର ନଗର ଠାରେ ଏକ ଶିଶୁ ପାର୍କ ଓ ଓପେନ ଜିମ ନିର୍ମାଣ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ କାଉନସିଲର ସନ୍ତୋଷୀ ସେଠୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି ଶିଶୁ ପାର୍କ ଏବଂ ଓପେନ ଜିମ୍ ନିର୍ମାଣ ହେଲେ ୱାର୍ଡର ସମସ୍ତ ବର୍ଗର ଲୋକ ଉପକୃତ ହୋଇପାରିବେ ବୋଲି କାଉନସିଲର ଶ୍ରୀମତି ସେଠୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଛତ୍ରପୁର ଏନଏସିର କନିଷ୍ଠ ଯନ୍ତ୍ରୀ ଜୋସ୍ନାମୟୀ ଜେନା, ଇନଫ୍ରଷ୍ଟ୍ରକ୍‌ଚର ଏକ୍ସପୋର୍ଟ ଚିରଞ୍ଜିବୀ ବେହେରା, ପ୍ରୋଗ୍ରାମ କୋର୍ଡିନେଟର ଦେବାଶିଷ ସ୍ୱାଇଁ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ବିଜେଡି ନଗର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ସ୍ୱାଭିମାନ ସ୍ୱେଚ୍ଛସେବୀ ସଂଗଠନର ସଭାପତି ପ୍ରଶାନ୍ତ କୁମାର ମହାରଣା, ଏସଏଚଜି ମହାସଂଘର ସଭାପତି ପୂର୍ଣ୍ଣବାସୀ ମହାପାତ୍ର, ଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା, ବରିଷ୍ଠ ନାଗରିକ ଓ ଏସଏଚଜି ମା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ