ଜିଲା ବିଜେଡିର ମହିଳା ଉପସଭାନେତ୍ରୀ ଭାବେ ଡ. ସାଗରୀକା ଜେନା ମନୋନୀତ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳର ମହିଳା ଉପସଭାନେତ୍ରୀ ଭାବେ ଡ. ସୁରେଶ୍ୱରୀ ସାଗରୀକା ଜେନଙ୍କୁ ମନୋନୀତ କରାଯାଇଛି । ରାଜ୍ୟ ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ସମାଜସେବୀ ଡ. ସୁରେଶ୍ୱରୀ ସାଗରୀକା ଜେନାଙ୍କୁ ଜିଲ୍ଲା ମହିଳା ଉପସଭାନେତ୍ରୀ ଭାବେ ମନୋନୀତ କରିଛନ୍ତି । ତାଙ୍କୁ ଏହି ପଦବୀ ମିଳିବାପରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ସେ ଆଗାମି ଦିନରେ ଜିଲ୍ଲାର ମହିଳା ସଂଗଠନକୁ ଦୃଢ଼ିଭୁତ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି । ତାଙ୍କୁ ଏହି ପଦବୀ ମିଳିବାପରେ ସେ ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ବଦ୍ରୀ ନାରାୟଣ ପାତ୍ର ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି । ଡ. ସୁରେଶ୍ୱରୀ ସାଗରୀକା ଜେନା ସମଗ୍ର ଓଡିଶାରେ ଜଣେ ସମାଜସେବୀ ଭାବେ ଜଣାଶୁଣା । ବନ୍ୟା, ହେଉ କି ବାତ୍ୟା, ଦୁର୍ଘଟଣା ହେଉ କି ମ୍ବା ଘରପୋଡି କିମ୍ବା ଅନାଥ ମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼େଇ ବିଭିନ୍ନ ଅନୁଷ୍ଠାନ ପାଖରୁ ଉଚ୍ଚ ପ୍ରସଂଶିତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ