ସଙ୍ଗମ ହରିଜନ ସାହିରେ ପାନୀୟ ଜଳର ଘୋର ଅଭାବ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ସଙ୍ଗମ ଗାଁ ହରିଜନ ସାହି ଓ ଦେହୁରୀ ସାହିରେ ଲୋକମାନେ ପାନୀୟ ଜଳର ଘୋର ଅଭାବ ଦେଖା ଦେଇଛି । ଏଠାରେ ପାଇପ ଯୋଗେ ପାଣି ଯୋଗାଇବାର ବ୍ୟବସ୍ଥା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାଇପ ପାଣି ଲୋକମାନେ ପାଇ ପାରିଲେ ନାହିଁଁ । ଏପରିକି ଘର ନିକଟରେ ଲାଗିଥିବା ଷ୍ଟାଣ୍ଡପୋଷ୍ଟ ଗୁଡିକ ମଧ୍ୟ ସମ୍ପୁର୍ଣ୍ଣ ନଷ୍ଟ ହେବାସହ ଭାଙ୍ଗି ପଡିଛି । ହରିଜନ ସାହିରେ ଗୋଟିଏ ନଳକୂପ ଥିବାବେଳେ ତାହା ଅଚଳ ହୋଇ ପଡିଥିଲା । ଗତ ୧୫ଦିନ ତଳେ ବିଭାଗୀୟ କର୍ତ୍ତୁପକ୍ଷ ନଳକୂପଟିକୁ ମରାମତି କରି ଆସିବାପରେ ମଧ୍ୟ ପାଣି ବାହାରୁ ନାହିଁ । ଦୀର୍ଘ ସମୟ ହଲାଇବା ପରେ ଅଳ୍ପ ମୁନେ୍ଦ ମୁନେ୍ଦ ପାଣି ବାହାରୁଛି । ଫଳରେ ହରିଜନ ସାହି ଓ ଦେହୁରୀ ସାହିର ୬୦ରୁ ଉର୍ଦ୍ଧ ପରିବାର ପିଇବା ପାଣି ମୁନେ୍ଦ ପାଇବା ପାଇଁ ନାନା ହଇରାଣ ହେଉଥିବା ଗ୍ରାମର ଗଣେଶ୍ୱର ଜେନା, ନାରାୟଣ ଜେନା, ସୁନିଆ ପାତ୍ର, କନକ ଜେନା, ରଞ୍ଜିତା ପାତ୍ର, ଭାରତୀ ପାତ୍ର, ଚଞ୍ଚଳା ପାତ୍ର, ସୁନାମଣି ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି । ବିଭାଗୀୟ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ନିବେଦନ କରିଚନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ