ବନ୍ତରେ ସିପିଆଇର ଅକ୍ଟୋବର ଦିବସ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ସିପିଆଇ କାର୍ଯ୍ୟାଳୟ ଠାରେ ସିପିଆଇ ପକ୍ଷରୁ ସମାଜବାଦୀ ଅକ୍ଟୋବର ବିପ୍ଳବ ବିଜୟ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ସାଥୀ କିଶୋର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଜୟ ଦିବସରେ ସିପିଆଇ ଜିଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜୋନ୍ ସଂପାଦକ ରମେଶ ଜେନା, ସମିତି ସଭ୍ୟ ପରମେଶ୍ୱର ବାରିକ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ଅବସରପ୍ରାପ୍ତ କାରାଧିକାରୀ ବାବାଜି ଚରଣ ଜେନା, ଭାସ୍କର ଚନ୍ଦ୍ର ବେହେରା ଯୋଗ ଦେଇ ପୁଞ୍ଜିବାଦ, ସାମାଜ୍ୟବାଦ ଶୋଷଣର ବିଲୋପ ପାଇଁ ସମାଜବାଦ ହିଁ ଏକମାତ୍ର ବିକଳ୍ପ ବୋଲି କହିବା ସହିତ ସମାଜବାଦ ଆନ୍ଦୋଳନକୁ ଶକ୍ତିଶାଳୀ କରି ଗଢି ତୋଳିବା ସଂପର୍କରେ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଭିମନ୍ୟୁ ଜେନା, ଦୁଲ୍ଲା ଖାଁ, ସଂଜୟ ସାମଲ, କୃପାସିନ୍ଧୁ ଖଣ୍ଡେଇ, ଜୟନ୍ତ ଜେନା, ସୁରେନ୍ଦ୍ର ନାୟକ, ଅନିରୁଦ୍ଧ ଜେନା ଉପସ୍ଥିତ ଥିଲେ ।


