ଏଣ୍ଡରରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତର ଏଣ୍ଡର ଗ୍ରାମବାସୀଙ୍କ ପକ୍ଷରୁ ଏଣ୍ଡର ୟୁଜିଏମଇ ସ୍କୁଲ ନିକଟସ୍ଥ ଗୋବରୀ ନଦୀରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗିରିଧାରୀ ମଲିକ, ଅଶୋକ ଜେନା, ବୁଲୁ ଜେନା, ସୁବୋଧ ଲେଙ୍କା, ପିତାମ୍ବର ଲେଙ୍କା, ଭରତ ଚନ୍ଦ୍ର ବେହେରା, ରମେଶ ମଲିକ, ବାବୁ ମଲ୍ଲ, ରିଙ୍କିରାଣି ପଣ୍ଡା, ମାଳତୀ ଜେନା, ମମତା ଜେନା, ନର୍ମଦା ଲେଙ୍କା ରଶ୍ମୀତା ବେହେରା, ଝରଣା ମଲିକ, ଦୀପା ମଲ୍ଲ ପ୍ରମୁଖ ସାଧବ ପୁଅ ଓ ସାଧବ ବୋହୁ ବେଶରେ ସଜିତ ହୋଇ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏଣ୍ଡର ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ