ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀର ଟଙ୍କା ହେରଫେର ନେଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘର ଟଙ୍କା ହେରଫେର ଏବଂ ଧମକ ଓ ପ୍ରଲୋଭନ ଦିଆଯାଉଥିବାରୁ ବୁଧବାର ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ଗ୍ରାମ ପଂଚାୟତ ମହାସଂଘ ଅନ୍ତର୍ଗତ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଏକ ଲିଖିତ ଦାବିପତ୍ର ମଧ୍ୟ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । କାଇଁଚପୁର ସ୍ୱୟଂ ସହାୟିକା ଗୋଷ୍ଠୀର କିଛି ସଦସ୍ୟ ମିଳିମିଶି ପ୍ରାୟ କୋଡିଏ ଲକ୍ଷରର ଉର୍ଦ୍ଧ୍ୱ ଟଙ୍କା ହେରଫେର କରିଥିବା ସେମାନେ ଏହି ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି । ଗତ କିଛି ଦିନ ହେଲା କିଛି ସଦସ୍ୟଙ୍କୁ ପ୍ରଲୋଭନ ଏବଂ ଧମକ ଦେଇ ଉକ୍ତ ଘଟଣାକୁ ଘୋଡାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ପୂର୍ବରୁ ବହୁ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ନ ମିଳିବାରୁ ସେମାନେ ବାଧ୍ୟ ହୋଇ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଣୁ ସେମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଏହି ସ୍ମାରକ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ