ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନରସିଂହପୁର ଶାଖା ସମ୍ମିଳନୀ
ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନରସିଂହପୁର ଶାଖା ସମ୍ମିଳନୀ ବି. ଗିରିଧାରୀ ପାତ୍ରଙ୍କ ସଭାପତିତ୍ୱରେ ନରସିଂହ ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ ଯୋଗ ଦେଇ ସମ୍ମିଳନୀକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ଓ ଶ୍ରମିକ ମାରଣ ନିତୀ ବିରୁଦ୍ଧରେ ଲଢେଇ କରିବା ପାଇଁ ଆହ୍ୱାନ ଦେଇଥିଲେ । ଚାଷୀଙ୍କ ଅମଳର ଉଚିତ୍ ମୂଲ୍ୟ ପ୍ରଦାନ ଓ ସମସ୍ତ ଚାଷୀଙ୍କ ଧାନକୁ ମଣ୍ଡିରେ କ୍ରୟ କରିବା, ବନ୍ୟଜନ୍ତୁଙ୍କ ଦ୍ୱାରା କ୍ଷତିଗ୍ରସ୍ଥ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଦାବି କରିଥିଲେ । ଏହି ସମ୍ମିଳନୀରେ ଶାଖା ସମ୍ପାଦକଙ୍କ ଦ୍ୱାରା ବାର୍ଷିକ ବିବରଣୀ ପାଠ କରାଯିବା ସହ ସଭ୍ୟପଦ ନବୀକରଣ କରାଯାଇଥିଲା । ନୂତନ ଶାଖା ସମ୍ପାଦକ ଭାବେ ଏଲ୍. ଦଣ୍ଡାସୀ ପାତ୍ର ଓ ସହ -ସମ୍ପାଦକ ଭାବେ ସନ୍ୟାସୀ ପ୍ରଧାନ ନିର୍ବାଚିତ ହୋଇଥିଲେ । ଏହି ସମ୍ମିଳନୀରେ ଚମାଖଣ୍ଡି ଜୋନାଲ୍ ସମ୍ପାଦକ ସି ଏଚ୍,. ଜନାର୍ଦ୍ଦନ ରେଡ୍ଡୀ, ପୂର୍ବତନ ସରପଞ୍ଚ ସିମାଂଚଳ ସାହୁ, ପୂର୍ବତନ ସମିତିସଭ୍ୟ ମଥୁରା ଚରଣ ସୁବୁଦ୍ଧି, ଏନ୍. ମୁନା ପାତ୍ର, ବି. ନାଗେଶ୍ୱର ପାତ୍ର, ଲିଙ୍ଗରାଜ ପାତ୍ର, ନାରୀ ନେତ୍ରୀ ସରସ୍ୱତୀ ପ୍ରଧାନଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବର୍ଷିୟାନକମ୍ୟୁନିଷ୍ଟ ନେତା ଶିବରାମ ନନ୍ଦ ଦଳୀତ ପତାକା ଉତ୍ତୋଳନ କରିଥିଲେ ।