ସଂସ୍କୃତି,ପରମ୍ପରା,ଜନମତ ଓ ଜନପ୍ରତିନିଧିଙ୍କୁ ବାଦଦେଇ ତିର୍ତ୍ତୋଲ ବିଧାୟକଙ୍କ ସେଛାଚାରିତାରେ ଚାଲିଛି ଚେଳିତୋଳ ବାଲିଯାତ୍ରା
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ମହାନଦୀ ବେଳାଭୂମି ଗୋପିଆକୂଦ ଠାରେ ଚାଲିଥିବା ଚେଳିତୋଳ ବାଲିଯାତ୍ରା ମହୋତ୍ସବ-୨୦୨୨କୁ ନେଇ ଚର୍ଚ୍ଚା ଲାଗି ରହିଛି।ଚେଳିତୋଳ ବାଲିଯାତ୍ରା ମଞ୍ଚରେ ଚଳିତବର୍ଷ ଓଡ଼ିଆସଂସ୍କୃତି, ଓଡିଆପରମ୍ପରା,ଓଡିଶାର ଲୋକକଳା ଦେଖିବାକୁ ମିଳୁନଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଆସି ମଞ୍ଚକୁ ସମୃଦ୍ଧ କରୁଥିବା ବିଶିଷ୍ଟ କଳାକାରଙ୍କ ଲୋକକଳା ଓ ଲୋକନୃତ୍ୟଦେଖିବାକୁ ମିଳିଲାନାହିଁ।ଖାଲି ସେତିକି ନୁହେଁ ପ୍ରତିବର୍ଷ ମଞ୍ଚରେ ଚେଳିତୋଳର ଐତିହ୍ୟ ଓ ଗାରିମାକୁ ଉତ୍ତର ପିଢିଙ୍କ ଆଗରେ ମନେପକାଉଥିବା ବିଶିଷ୍ଟ ସାହିତ୍ୟିକ, ଗବେଷକ ଓ ବିଶିଷ୍ଟ ଜନନାୟକ ମାନଙ୍କୁ ମଧ୍ୟ ଦେଖିବାକୁ ମିଳିଲାନାହିଁ।ଚେଳିତୋଳ ବାଲିଯାତ୍ରାରେ ଐତିହାସିକ ଚେଳିତୋଳର ଐତିହ୍ୟକୁ ବିଶିଷ୍ଟ ଆଗନ୍ତୁକଙ୍କ ମୁହଁରୁ ଶୁଣି ନିଜକୁ ଗୌରବାନିତ୍ୱ ମନେକରୁଥିବା ତିର୍ତ୍ତୋଲ ଅଞ୍ଚଳବାସୀଙ୍କ ଭାବାବେଗ ପ୍ରତି କୁଠାରଘାତ କରିଛନ୍ତି ଆୟୋଜକ ବୋଲି ଚର୍ଚ୍ଚା ହେଉଛି।୨୦୦୨ ମସିହାରୁ ଅବିଭକ୍ତ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଗଣପର୍ବ ପାଲଟିଥିବା ଚେଳିତୋଳ ବାଲିଯାତ୍ରାରେ ତିର୍ତ୍ତୋଲ ଅଞ୍ଚଳର ସମସ୍ତ ବର୍ଗର ଲୋକ ସାମିଲ ହୋଇଆସୁଥିବା ବେଳେ ଅଞ୍ଚଳବାସୀଙ୍କୁ ଅଣଦେଖା କରାଯାଇଛି।ପୂର୍ବରୁ ଅବିଭକ୍ତ ତିର୍ତ୍ତୋଲ ଅଞ୍ଚଳର ଜନପ୍ରତିନିଧି, ସାଂସଦ, ବିଧାୟକ, ବୁଦ୍ଧିଜୀବୀ, ବିଶିଷ୍ଟ ବ୍ୟକ୍ତି, ପଞ୍ଚାୟତସ୍ତରୀୟ ଜନପ୍ରତିନିଧି,ପ୍ରତିଷ୍ଠିତ ବ୍ୟବସାୟୀ, ଗଣମାଧ୍ୟମ ପ୍ରତିନିଧି,ଅଞ୍ଚଳରେ କର୍ତ୍ତବ୍ୟରତ ପ୍ରଶାସନିକ କର୍ମଚାରୀ, ଅଙ୍ଗନବାଡି କର୍ମି,ଗ୍ରାମ୍ୟନିର୍ମାଣ ବିଭାଗ କର୍ମଚାରୀ ବିଶେଷ କରି କଲେଜ ଓ ସ୍କୁଲ ପିଲାମାନେ ସାମିଲ ହୋଇଆସୁଥିଲେ।ମାତ୍ର ଚଳିତବର୍ଷ ବାଲିଯାତ୍ରା ଆୟୋଜନରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ସେଛାଚାରିତା ଦେଖିବାକୁ ମିଳିଛି।ତିର୍ତ୍ତୋଲ ବିଧାୟକ ଓ ତାଙ୍କର କେତେକ ହାତ ଗଣତି ଅନୁଗତଙ୍କ ମନମାନି ଯୋଗୁଁ ଚେଳିତୋଳ ବାଲିଯାତ୍ରା ଓ ତିର୍ତ୍ତୋଲ ଅଞ୍ଚଳର ଭାଇଚାରା ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅପରିପକ୍ୱତା ଓ ସେଛାଚାରିତା ଯୋଗୁଁ ଚେଳିତୋଳ ବାଲିଯାତ୍ରା ସରସହୀନ ହୋଇଛି।ଚେଳିତୋଳ ବାଲିଯାତ୍ରା ମଞ୍ଚରେ କେହି ଜଣେ ହେଲେ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟିକ,ଗବେଷକ କିମ୍ବା ରାଜନୈତିକ ହସ୍ତିଙ୍କୁ ଦେଖିବାକୁ ମିଳିଲାନାହିଁ।ଏପରିକି ବିଜେଡି ଦଳର ବିଧାୟକ ହୋଇଥିଲେ ମଧ୍ୟ ନିଜଦଳର ନେତା ମଞ୍ଚକୁ ଆସିଲେନାହିଁ।ଏପରିକି ବିଗତଦିନରେ ଚେଳିତୋଳ ବାଲିଯାତ୍ରାର ମଙ୍ଗ ସମ୍ଭାଳିଥିବା ପୁର୍ବତନ ବିଧାୟକ ଓ ସାଂସଦ ମାନଙ୍କୁ ଅଣଦେଖା କଲେ।ତିର୍ତ୍ତୋଲର ପୁର୍ବତନ ବିଧାୟକ ତଥା ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ଓ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଜିଲ୍ଲାରେ ଅନୁଷ୍ଠିତ ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରା ଓ ଜଟାଧାର ବୋଇତ ବନ୍ଦାଣ ଉତ୍ସବକୁ ଯାଇଥିବା ବେଳେ ଚେଳିତୋଳ ବାଲିଯାତ୍ରାକୁ ଆସିଲେନାହିଁ।ଏମାନଙ୍କୁ କୁଆଡେ ତିର୍ତ୍ତୋଲ ବିଧାୟକ ବାସୀରେ ପଚାରିଲେ ନାହିଁ।ସେହିପରି ତିର୍ତ୍ତୋଲ ଅଞ୍ଚଳର ଲୋକମାନେ ଜନମତ ଦେଇ ବାଛିଥିବା ୨୦ରୁ ଉର୍ଦ୍ଧ ସରପଞ୍ଚ ସମିତି ସଭ୍ୟ, ବିଜେଡି ଟିକେଟରେ ଜିଲ୍ଲାପରିଷଦ ସଭ୍ୟ ହୋଇଥିବା ଜନପ୍ରତିନିଧିଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।ତିର୍ତ୍ତୋଲ ଅଞ୍ଚଳର ସର୍ବସାଧାରଣ ଭୋଟଦେଇ ଜନପ୍ରତିନିଧି କରିଥିବା ନେତାଙ୍କୁ ଅଣଦେଖା ଓ ଅସମ୍ମାନିତ କରାଯିବା ତିର୍ତ୍ତୋଲ ଅଞ୍ଚଳର ଜନମତକୁ ତିର୍ତ୍ତୋଲ ବିଧାୟକଙ୍କ ବେଖାତିର ବୋଲି ଚର୍ଚ୍ଚା ହେଉଛି। ଜିଲ୍ଲାରେ ବିଜେଡିର ଅନ୍ୟ ତିନିଜଣ ବିଧାୟକ ମଧ୍ୟ ଚେଳିତୋଳ ବାଲିଯାତ୍ରାକୁ ଆସିଲେନାହିଁ।ତିର୍ତ୍ତୋଲ ବ୍ଲକ ପ୍ରଶାସନକୁ ବୋଲକରା ସଜାଇ ଥିବା ବିଧାୟକଙ୍କ ଏତେ ଆସ୍ପର୍ଦ୍ଧା ଯେ ସେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ଓ ଉପାଧ୍ୟକ୍ଷା ସଂଧ୍ୟାରାଣୀ ମହାନ୍ତିଙ୍କୁ ମଧ୍ୟ ନିମନ୍ତ୍ରଣ ତଥା ଉପଯୁକ୍ତ ସମ୍ମାନ ଦେଇନଥିବା ଅଧ୍ୟକ୍ଷ ଶ୍ରୀ ବେହେରା କ୍ଷୋଭ ପ୍ରକାଶ କରିଛନ୍ତି।ତିର୍ତ୍ତୋଲ ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲାପରିଷଦ ସଭ୍ୟ ଗଙ୍ଗାଧର ବିଶ୍ୱାଳ,ଜିଲ୍ଲାପରିଷଦ ସୁନିଲ ବେହେରା ଓ ରଞ୍ଜିତା ସିଂ ଏପରିକି ପୁର୍ବ ଆୟୋଜନରେ ପଦପଦବୀରେ ଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ତିର୍ତ୍ତୋଲ ବିଧାୟକ ଅଣଦେଖା କରିଛନ୍ତି।ଏହି ଘଟଣାକୁ ନେଇ ତିର୍ତ୍ତୋଲ ଅଞ୍ଚଳ ଓ ଶାସକ ବିଜୁଜନତା ଦଳରେ ତୁମ୍ଭିତୋଫାନ ହୋଇଥିଲା।ତିର୍ତ୍ତୋଲ ବିଧାୟକଙ୍କ ସେଛାଚାରିତାକୁ ବିଜେଡିରେ ଝଡ ହେବା ଘଟଣାରେ ତାଳି ପକାଇବା ପାଇଁ ବିଜେଡି ନେତା ତଥା ଚେଳିତୋଳ ବାଲିଯାତ୍ରାର ପ୍ରତିଷ୍ଠାତା ପୁର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ କଟକ ବାସଭବନରେ ଦିନତମାମ ଦଳୀୟ ଆଲୋଚନା ହୋଇଥିଲା।ଦେବାଶିଷଙ୍କ ଉଦ୍ୟମ ପରେ ଚେଳିତୋଳ ନିମନ୍ତ୍ରଣ ପତ୍ରରେ ପରିବର୍ତ୍ତନ ଓ ସବୁବର୍ଗର ଲୋକଙ୍କୁ ସାମିଲ କରାଯିବା ପାଇଁ ସହମତି ହେବାରୁ ସାଂସଦ,ବିଧାୟକ,ପଞ୍ଚାୟତସ୍ତରୀୟ ଜନପ୍ରତିନିଧି ଓ ସବୁବର୍ଗର ଲୋକଙ୍କୁ ସାମିଲ କରି ବାଲିଯାତ୍ରା ପାଳନ କରାଯିବ ବୋଲି ତିର୍ତ୍ତୋଲ ବିଧାୟକ ପ୍ରତିଶୃତି ଦେଇଥିଲେ।ଯାହା ପରେ ଚେଳିତୋଳ ବାଲିଯାତ୍ରାର ପ୍ରତିଷ୍ଠାତା ଦେବାଶିଷ ସାମନ୍ତରାୟ ବିଳମ୍ବରେ ଆସି ଚେଳିତୋଳ ବାଲିଯାତ୍ରା ଉଦଘାଟନ କରିଥିଲେ।ମାତ୍ର ଦଳୀୟ ନିଷ୍ପତ୍ତି ଓ ବରିଷ୍ଠ ଦଳୀୟ ନେତା ଦେବାଶିଷ ସାମନ୍ତରାୟଙ୍କ କଥାକୁ ମାନିଲେନାହିଁ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଏଥିପାଇଁ ଆମେ ଚେଳିତୋଳ ବାଲିଯାତ୍ରାକୁ ଯାଉନାହୁଁ ବୋଲି ତିର୍ତ୍ତୋଲ ବ୍ଲକ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ବିଶ୍ୱାଳ,ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା,ଜିଲ୍ଲାପରିଷଦ ସଭ୍ୟ ସୁନିଲ କୁମାର ବେହେରା,ସୁବ୍ରତ କୁମାର ଦାଶ,ସୂର୍ଯ୍ୟନାରାୟଣ ବେହେରା,ସୁନିଲ ସ୍ୱାଇଁ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଆଗରେ କ୍ଷୋଭର ସହ ପ୍ରକାଶ କରିଛନ୍ତି।ଚେଳିତୋଳ ବାଲିଯାତ୍ରା ଆୟୋଜନରେ ତିର୍ତ୍ତୋଲ ଅଞ୍ଚଳବାସୀଙ୍କୁ, ତିର୍ତ୍ତୋଲର ଜନମତକୁ, ଜିଲ୍ଲାର ଜନପ୍ରତିନିଧିଙ୍କୁ, ଏପରିକି ସଂସ୍କୃତି,ପରମ୍ପରା ଐତିହ୍ୟକୁ ବଳିଦେଇ ଚେଳିତୋଳ ବାଲିଯାତ୍ରା ଉତ୍ସବ ପାଳନର ମାନେ କ’ଣ ହୋଇପାରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଚଳିତବର୍ଷ ଚେଳିତୋଳ ବାଲିଯାତ୍ରା ତିର୍ତ୍ତୋଲ ବିଧାୟକଙ୍କ ସେଛାଚାରିତା ସାଙ୍ଗକୁ ବିଧାୟକଙ୍କ ଅନୁଗତମାନଙ୍କ ଦବଙ୍ଗଗିରି ଚେଳିତୋଳ ବାଲିଯାତ୍ରାରେ ଷ୍ଟଲ ଦେଇଥିବା ବ୍ୟବସାୟୀ ଅତିଷ୍ଟ ହୋଇଥିବା ବେଳେ ଅନେକ ଏଠାରୁ ମୁହଁ ଫେରାଇ ନେଇଥିବା ଅଭିଯୋଗ କରିଛନ୍ତି।ଚଳିତବର୍ଷ ଚେଳିତୋଳ ବାଲିଯାତ୍ରା ଆୟୋଜନ ତିର୍ତ୍ତୋଲର ସ୍ୱାଭିମାନୀ ଜନତାଙ୍କୁ ଦୁଖଃ ଦେଇ ଆଞ୍ଚଳିକ ଭାଇଚାରା ନଷ୍ଟ କରିଥିବା ବେଳେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି ବୋଲି କୁହାଯାଉଛି।